ଓଡିଶା

ଆଜିଠୁ ଜଗମୋହନ ଓ ନାଟମଣ୍ତପ ମରାମତି କାର୍ଯ୍ୟ ଆରମ୍ଭ

(ପୁରୀ) : ଆଜିଠୁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ତପ ମରାମତି କାର୍ଯ୍ୟ ଆରମ୍ଭ । ଏନେଇ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ତେବେ ନାଟମଣ୍ତପ ମରାମତି କାର୍ଯ୍ୟରେ ବିଳମ୍ବ ହୋଇଥିବାରୁ ହାଇକୋର୍ଟ ଏଏସଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ୨୫ ତାରିଖରୁ ମରାମତି କାର୍ଯ୍ୟ ଆରମ୍ଭ କରାଯିବାର ଥିଲା ହେଲେ ଏହାକୁ ଆଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଦୁର୍ବଳ ବିମର ମରାମତି କାର୍ଯ୍ୟ ଆଜିଠୁ ଆରମ୍ଭ । ଦୈନିକ ୬ ଘଣ୍ଟା ଲେଖାଏଁ କାମ ହେବ ଏବଂ ୧୨୦ ଦିନ ପର୍ଯ୍ୟନ୍ତ କାମ ଚାଲିବ ବୋଲି ସୁପରିଟେଣ୍ତିଂ ଆର୍କିଓଲୋଜିଷ୍ଟ ସୂଚନା ଦେଇଛନ୍ତି । ଏହା ସହ ପ୍ରତି ୧୫ଦିନ ବ୍ୟବଧାନରେ ମରାମତିର ଅଗ୍ରଗତି ରିପୋର୍ଟ ଆମିକସ କ୍ୟୁରୀ ହାଇକୋର୍ଟକୁ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ମାସ 4ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି । ମ

Related posts

ଘର ଉଜାଡି ଦେଇଛି ଫନି, ପଲିଥିନ ତଳେ ଏବେ ବି ଦିନ କାଟୁଛନ୍ତି ବାତ୍ୟା ବିପନ୍ନ

mahabharatanews

ଚାଲାଣ ବେଳେ ୧୨ ନାବାଳକଙ୍କ ସମେତ ୮୧ ଦାଦନ ଉଦ୍ଧାର

mahabharatanews

ହିଂଜିଲିରେ ଅହିଂସା ରଥ

mahabharatanews