ଓଡିଶା

ଏକ ଅଜଣା ବ୍ୟକ୍ତିକୁ ଉଦ୍ଧାର, ଡାକ୍ତରଖାନାକୁ ସ୍ଥାନାନ୍ତର

(ଟୁକୁନା ଖରା, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ବାହାର ରାଜ୍ୟର ଏକ ଅଜଣା ବ୍ୟକ୍ତି ବୁଲୁଥିବା ଦେଖି ଗାଁ ଗହଳିର ଲୋକମାନେ କରନା ସନ୍ଧିଗ୍ଧ ଭାବି ତାକୁ ଟେକା ପଥର ମାରି ଘଡାଉଥିଲେ। ଏହି ବିଷୟରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଜଣେଇବା ପରେ ସେ ତେନ୍ତୁଳିଖୁଣ୍ଟି ପୋଲିସ ଓ ମେଡିକାଲ ଟିମକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ବ୍ୟକ୍ତି ଜଣକ ଅସୁସ୍ଥତା ଅନୁଭବ କରୁଥିବା ବିଡ଼ିଓ ଜାଣିବାକୁ ପାଇଥିଲେ ଏବଂ ବ୍ୟକ୍ତି ଜଣକୁ ପ୍ରାଥମିକ ଚିକିତ୍ସା କରାଇ ପୋଲିସର ସମ୍ମୁଖରେ ଠିକଣା ପଚାରିବାରୁ ବ୍ୟକ୍ତି ଜଣକ ବାହାର ରାଜ୍ୟର ବୋଲି ଜାଣିବାକୁ ପାଇଥିଲେ । ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପାରମାନନ୍ଦ ସୁନାନୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଆସି ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ । କିନ୍ତୁ ସେ ସଠିକ ଠିକଣା କିଛି କହି ନପାରିବାରୁ ଅନ୍ୟ ଉପାୟ ନପାଇ ଅଧିକ ଚିକିତ୍ସା ନିମନ୍ତେ ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ବାଧ୍ୟ ହୋଇଥିଲେ। ବ୍ୟକ୍ତି ଜଣକ ଭୋକିଲା ହେଇଥିବା ଜାଣି ବିଡ଼ିଓ ଖାଦ୍ୟ ଓ ପାନୀୟ ଜଳ ଦେଇଥିଲେ ଓ ସେ କୁକୁର କାମୁଡ଼ାରେ ଆଘାତ ଓ ଜ୍ୱର,କାଶ ହେଇଥିବା କହୁଥିବାରୁ କରନା ରୋଗ ସନ୍ଦେହ କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଇ ଦିଆଯାଇଛି। ଏହି ଉଦ୍ଧାର କାର୍ୟ୍ୟରେ ଦୁଇଜଣ ଜିଲାପ୍ରତିନିଧି ସାମ୍ବାଦିକ ବହୁତ ସହଯୋଗ କରିଥିବାରୁ ତାଙ୍କ ଏଭଳି ହୃଦୟବାଦୀ କାର୍ୟ୍ୟକଳାପ ଦେଖି ଅଞ୍ଚଳବାସୀ ଧନ୍ୟବାଦ ଦେବା ସହ ତେନ୍ତୁଳିଖୁଣ୍ଟି ବିଡ଼ିଓଙ୍କ ମଧ୍ୟ ଏଭଳି ମହତ କାର୍ୟ୍ୟ ପାଇଁ ବ୍ଲକବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି।

Related posts

ବୁଦା ମୁଳରୁ ଉଦ୍ଧାର ହେଲା ଦୁଇ ଭାଇଙ୍କ ମୃତ ଦେହ

mahabharatanews

ସ୍ମୃତିର ଓଡିଶା ପକ୍ଷରୁ ଶିଶୁଦିବସ ପାଳିତ

mahabharatanews

ତୁଳସୀ ସଂସ୍କୃତ ମହାବିଦ୍ୟାଳୟରେ ବିଶ୍ବକପ୍ ହକି ନିମନ୍ତେ ସଚେତନତା ରାଲି

mahabharatanews