ଉତ୍ତରାଖଣ୍ଡ : ବିଗିଡିବାରେ ଲାଗିଛି ଉତ୍ତରାଖଣ୍ଡ ହଲଦ୍ୱାନୀର ଆଇନ ଶୃଙ୍ଖଳା ସ୍ଥିତି । ବନଭୁଲପୁରା ଅଞ୍ଚଳରେ ନଗର ନିକମର ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା ଆରମ୍ଭ ହୋଇଥିଲା ଏସେହି ଦଙ୍ଗାରେ ଜଳୁଛି ସାରା ସହର । ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ତା ସହିତ ୫୦ ପୋଲିସ କର୍ମୀ ଗୁରୁତର ହୋଇଥିବା କୁହାଯାଉଛି । ଏବେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ପୋଲିସକୁ ଦୀର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଇନ ଶୃଙ୍ଖଳା ସ୍ଥିତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତା’ ସହିତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଆଜି ହଲଦ୍ୱାନୀର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମଦ୍ରାସା ଭାଙ୍ଗିବାକୁ ଯାଇଥିବା ପ୍ରଶାସନିକ ଟିମ୍ ଓ ପୋଲିସ୍ ଉପରକୁ ଆଖପାଖରେ ରହୁଥିବା ଲୋକେ ପଥର ମାଡ଼ କରିଥିଲେ । ଜେସିବି ଦ୍ୱାରା ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ମାତ୍ରେ ହୋଇଥିଲା ପଥର ମାଡ଼ । ଦୂରରୁ ଥାଇ ଲୋକେ ପଥର ଫିଙ୍ଗି ଥିଲେ । ପରେ ସେମାନେ ସେଠାରେ ଥିବା ଗାଡ଼ି ମୋଟର ଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ପୋଲିସ୍ ଗାଡ଼ିରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଥିଲେ । ଲୋକଙ୍କ ପଥର ମାଡ଼ରେ ୫୦ରୁ ଅଧିକ ପୋଲିସ୍ କର୍ମଚାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଛନ୍ତି । ଆହତ ହୋଇଥିବା ଜଣେ ମହିଳା ପୁଲିସ କର୍ମୀ କୁହନ୍ତି କି ଉପଦ୍ରବ ଆରମ୍ଭ ହେବା ପରେ ସେ ଜୀବନ ବଞ୍ଚାଇବା ପାଇଁ ଏକ ଘରେ ପଶିଗଲେ । ତାଙ୍କ ସହିତ ଆଉ ୧୫ -୨୦ ଜଣ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ସେ ଘରେ ପଶିଗଲେ । ସେହି ସମୟରେ ବାହାରେ ଦଙ୍ଗା ସୃଷ୍ଟିକାରୀ ସେହି ଘରେ ନିଆଁ ଲଗାଇଦେବା ସହ ବାହାରୁ ଥାଇ ପଥର ମାଡ କଲେ ।
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ପୁଲିସକର୍ମୀ କୁହନ୍ତି କି ପରିସ୍ଥିତି ଅତି ଖରାପ ଥିଲା । ଚାରିଆଡେ ପଥର ମାଡ ସହ କାଚ ମଧ୍ୟ ଫୋପାଡୁଥିଲେ ଉପଦ୍ରବକାରୀ । ଯିଏ ତାଙ୍କୁ ରକ୍ଷା କରିଥିଲା ତା ଘର ଭାଙ୍ଗି ଦେଇଥିଲେ ବିକ୍ଷୋଭକାରୀ । ପ୍ରାୟ ୨୦୦ରୁ ଅଧିକ ପୁଲିସକର୍ମୀ ଆହତ ହୋଇଥିବା ସେ କହିଛନ୍ତି । ସମସ୍ତଙ୍କ ଚିକିତ୍ସା ଚାଲିଛି । ଆହତଙ୍କ ମଧ୍ୟରେ ନଗର ନିଗମ କର୍ମଚାରୀଙ୍କ ସମେତ ଅନେକ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀ । ତେବେ ପରିସ୍ଥିତିକୁ ନଜରରେ ରଖି ଜିଲାରେ କର୍ଫ୍ୟୁ ଲଗାଇ ଦିଆଯାଇଛି ।