ଓଡିଶା

ଗୋରୁ ବୋଝେଇ କଣ୍ଟେନ ଖାଇକୁ ଖସି ୩ ଶ୍ରମିକ, ୩୦ ଗୋରୁଙ୍କ ମୃତ୍ୟୁ

ବାଲେଶ୍ୱର: ୧୦ଫୁଟ ତଳକୁ ଏକ କଣ୍ଟେନର ଖସି ପଡିବାକୁ ୩ ଜଣଙ୍କ ମୃତ୍ୟୁ ସହ ୩୦ ଗୋରୁଙ୍କ ଜୀବନ ହାନୀ ଘଟିଛି । ଏକ ଗୋରୁ ବୋଝେଇ କଣ୍ଟେନର ଏକ ବଲେରୋକୁ ଧକ୍କା ଦେଇ ଖାଇରେ ଖସି ପଡିଥିଲା । ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧୀ ଛକ ନିକଟରେ ହୋଇଛି। କୁହାଯାଉଛି କଣ୍ଟେନରରେ ୧୦୦ରୁ ଅଧିକ ଗୋରୁ କୋଲକାତା ଯାଉଥିଲେ ।
ଆଜି ସକାଳୁ ଏକ କଣ୍ଟେନର ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ବୋଝେଇ ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ଏକ ବୋଲେରୋକୁ ପଛ ପଟରୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଓ ଗାଡି ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ କଣ୍ଟେନରରେ ଥିବା ୩ ଶ୍ରମିକ ଓ ୩୦ ଗୋରୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବସ୍ତା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଗୋରୁଗୁଡିକର ଚିକିତ୍ସା କରାଯାଇଛି । ଏହି ସବୁ ଏହି ରାସ୍ତା ଦେଇ ସବୁ ବେଳେ ପଶ୍ଚିମ ବଙ୍ଗକୁ ଗୋରୁ ଚାଲାଣ ନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ ପୁଲିସ ପ୍ରଶାସନ କିପରି ଘଟଣା ସମ୍ପର୍କରେ ଜାଣି ପାରୁ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

The world saw the introduction of Iletin in , which was the first insulin-based treatment they produced together. viagra malaysia Despite economic turmoil during the Great Depression, Lilly saw their value rise to 13 million dollars in Lilly Sr.

Related posts

ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ

mahabharatanews

ମୌସୁମୀ ପରବର୍ତ୍ତୀ ସମୟରେ ସର୍ତକ ରହିବାକୁ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକା

mahabharatanews

ରାଜଧାନୀରେ ଆଉ ୨୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews