ମନୋରଞ୍ଜନ

ଦର୍ଶକଙ୍କୁ ପସନ୍ଦ ଆସୁଛି ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ 

(ମୁମ୍ବାଇ) : ଦର୍ଶକଙ୍କ ମନ ମୋହୁଛି  ରକି ଔର୍‌ ରାନୀ କି ପ୍ରେମ୍‌ କହାନୀ’ । ଏହି ଫିଲ୍ମ ଜରିଆରେ ୭ ବ‌ର୍ଷ ପରେ ପୁଣି ଫେରିଛନ୍ତି ନିର୍ଦ୍ଦେଶକ କରଣ ଜୋହାର। ଶୁକ୍ରବାର ଥିଏଟର୍‌ରେ ରିଲିଜ୍‌ ହୋଇସାରିଛି।ଫିଲ୍ମକୁ ନେଇ ଅଗ୍ରୀମ ବୁକ୍‌ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ତେବେ ଏହି ଫିଲ୍ମଟିର ଓପେନିଂ ଯେପରି ହେବ ବୋଲି ଆଶା କରାଯାଉଥିଲା ସେପରି ହୋଇନାହିଁ। ତେବେ ଶୁକ୍ରବାର ସେତେଟା ଭଲ ରୋଜଗାର କରିନଥିଲେ ବି ଶନିବାର ଦିନ କିନ୍ତୁ ଦର୍ଶକଙ୍କ ଭଲପାଇବା ମିଳିଛି।

ସୂଚନାନୁଯାୟୀ , ପ୍ରଥମ ଦିନରେ ଫିଲ୍ମଟି ୧୩ରୁ ୧୫ କୋଟି ରୋଜଗାର କରିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଶୁକ୍ରବାର ବକ୍ସ ଅଫିସ୍‌ କଲେକ୍ସନ ରହିଥିଲା ମାତ୍ର ୧୧.୧୦ କୋଟି ଟଙ୍କା। ଏହି ଫିଲ୍ମର ରୋଜଗାର ଶନିବାର ୪୫ ପ୍ରତିଶତ ଅଧିକ ହୋଇ ୧୬ କୋଟିରେ ପହଞ୍ଚିଛି। ‌ମାତ୍ର ଦୁଇ ଦିନ ମଧ୍ୟରେ ରଣବୀର ଓ ଆଲିଆଙ୍କ ଏହି ଚଳଚ୍ଚିତ୍ର ୨୭ କୋଟିର ଅଧିକ ବ୍ୟବସାୟ କରିସାରିଲାଣି।

 

Related posts

ଆହତ ହେଲେ ଭାଇଜାନ

mahabharatanews

ମିସ୍‌ ଟିନ୍‌ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି କୀଟ ୟୁନିଭର୍ସିଟିର ଛାତ୍ରୀ ତ୍ରିଶ୍ନା ରାୟ

mahabharatanews

 ‘ଚନ୍ଦ୍ରଯାନ -୩’କୁ ପରିହାସ କରି ଚର୍ଚ୍ଚାରେ ପ୍ରକାଶ ରାଜ  

mahabharatanews