ରାଜନୀତି

ଏଥର ମନ୍ତ୍ରୀ ପଦ ଦୌଡରେ ରୋହିତ !

(ମହାଭାରତ/ଭୁବନେଶ୍ୱର): ବିଜେଡିର ରାଇରାଖୋଲ ବିଧାୟକ ରୋହିତ ପୁଜାରୀ ଦଳର ଜଣେ ଆଗ ଧାଡିର ନେତା । ଗତ ସାଧାରଣ ନିର୍ବାଚନରେ ସେ ସମ୍ବଲପୁର ଜିଲ୍ଲା ରାଇରାଖୋଲ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୧୪ରେ ମଧ୍ୟ ସେ ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । ରାଜ୍ୟ ରାଜନୀତିରେ ରୋହିତଙ୍କର ପ୍ରତିଭା ଓ ଦକ୍ଷତା ପାଇଁ ତାଙ୍କୁ ରାଇରାଖୋଲବାସୀ ବିପୁଳ ଭୋଟରେ ବିଜୟୀ କରିଛନ୍ତି । ନିଜ ଦଳ ପ୍ରତି ଆନୁଗତ୍ୟ ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ବିଧାନସଭାର ଚିଫ ହ୍ୱିପ ନିଯୁକ୍ତ କରିଛନ୍ତି । ତାଙ୍କ ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଦାୟିତ୍ୱରେ ଥିଲେ । ଏହି ପଦ ସମ୍ଭାଳିବା ପରେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରୋହିତ ତାଙ୍କର କୃତଜ୍ଞତା ଜଣାଇଥିଲେ ।
ତେବେ ରାଜନୀତି ଜୀବନରେ ଖୁବ କମ ସମୟରେ ସଫଳତା ହାସଲ କରିଥିବା ରୋହିତ ବର୍ତ୍ତମାନ ଆଉ ଏକ ଲମ୍ଫ ମାରିବାକୁ ସଜବାଜ ହେଉଛନ୍ତି । ଅ।।ଗମୀ ଦିନରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ତାଙ୍କୁ ଗୁରୁତ୍ୱପୁର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହା କେବଳ ତାଙ୍କର ଦଳ ପ୍ରତି ନିଷ୍ଠା, ଆନୁଗତ୍ୟ ଓ ଦକ୍ଷତା ପ୍ରମାଣ କରିଥିବାରୁ ତାଙ୍କୁ ଖୁବଶୀଘ୍ର ଏହି ପଦ ମିଳିବାକୁ ଯାଉଥିବା ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ତାଙ୍କ ନିର୍ବାଚନ ମଣ୍ଡଳୀ ରାଇରାଖୋଲରେ ଦୁଇ ଥର ଲେଖାଏଁ ବିଜେଡିର ସ୍ଥିତିକୁି ମଜବୁତ କରିପାରିଥିବାରୁ ଏହା ମଧ୍ୟ ପଦ ହାସଲ କରିବାରେ ସହଜ ହେବ ବୋଲି ମଧ୍ୟ ଆଲୋଚନା ହେଲାଣି । ତେବେ ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ଦଳର ନେତାମାନେ ଚିଫ ହ୍ୱିପ ପଦବୀ ସମ୍ଭାଳିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ହେଲେ ଏତେ ଶୀଘ୍ର ମନ୍ତ୍ରୀ ପଦ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନାହାନ୍ତି । ସବୁ ଦଳରେ ମନ୍ତ୍ରୀ ପଦଟିଏ ପାଇଁ ବିଧାୟକମାନେ ଉତ୍ସୁକତାର ସହ ଚାହିଁ ବସୁଥିବା ବେଳେ ରୋହିତଙ୍କ କ୍ଷେତ୍ରରେ ଏହା ଓଲଟା ହୋଇଛି । ତାଙ୍କର ପ୍ରତିଭା, ଦକ୍ଷତା ଓ ବିଜୁ ଜନତା ଦଳ ପ୍ରତି ନିଷ୍ଠା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ତାଙ୍କୁ ଏହି ମନ୍ତ୍ରୀ ପଦ ପାଇବାରେ ଯୋଗ୍ୟ ବିବେଚିତ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Related posts

ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ

mahabharatanews

ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ

mahabharatanews

ମନି ଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଇଡିରେ ହାଜର

mahabharatanews

Leave a Comment