ଭାରତ

ୟୁକ୍ରେନର ଏକ ସପିଂ ମଲ୍ରେ ଋଷର ଆକ୍ରମଣ,୧୬ ମୃତ ଓ ୫୯ ଗୁରୁତର

କିଭ୍/ମସ୍କୋ : ୟୁକ୍ରେନର କ୍ରେମେନଚୁକ ସହରସ୍ଥିତ ଏକ ସପିଂ ମଲ ଉପରେ ଋଷ ପକ୍ଷରୁ ମିସାଇଲ ଆକ୍ରମଣ ହୋଇଛି । ଏହି ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯ଟିରୁ ଊଦ୍ଧ୍ୱର୍ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ସମୟରେ ମଲରେ ଏକହଜାରରୁ ଅଧିକ ଲୋକ ରହିଥିଲେ । ଏନେଇ ମଙ୍ଗଳବାର ସକାଳେ ୟୁକ୍ରେନର ଏମରଜେନ୍ସି ସଭିସେସର ମୁଖ୍ୟ ଏହି ସୂଚନା ପ୍ରଦାନ କରିଛନ୍ତି । ଇତିମଧ୍ୟରେ ୨୫ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨୪ ଦିନରେ ପହଞ୍ଚିଛି ।

Related posts

ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ

mahabharatanews

୩୬ ଘଣ୍ଟାରେ ପାକିସ୍ତାନର ମାକରନ ଉପକୂଳ ଛୁଇଁବ ଶାହିନ

mahabharatanews

ଜାନୁଆରୀ ୨୨କୁ  ଡ୍ରାଏ ଡେ ଘୋଷଣା

mahabharatanews