(ଭୁବନେଶ୍ୱର) : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦର ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି । ବାଲେଶ୍ୱର ପୋଲିସ ଗ୍ରାଉଣ୍ତରେ ଏକ ସାଧାରଣ ସଭାରେ ଯୋଗ ଦେବେ ସିଚିନ୍ ପାଇଲଟ । ଏହାପରେ ଅପରାହ୍ନ ୨ଟା ୪୫ରେ ଭୋଗରାଇ ଥାନା ଛକ ନିକଟରେ ଆୟୋଜିତ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ । ସଂଧ୍ୟା ୬ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ସିଚିନ୍ ପାଇଲଟ ।
previous post
