ମନୋରଞ୍ଜନ

ନିଜ ପତ୍ନୀଙ୍କ ବିଷୟରେ ଏମିତି କିଛି କହିଲେ ସାହିଦ କପୁର

(ମୁମ୍ବାଇ) : ବଲିଉଡ୍‌ ଅଭିନେତା ସାହିଦ କପୁର ଓ ପତ୍ନୀ ମୀରା ରାଜପୁତ ଇଣ୍ଡଷ୍ଟ୍ରିର ସୁନ୍ଦର ଯୋଡ଼ି। ଦୁହେଁ ଅଧିକାଂଶ ସମୟରେ ପରସ୍ପର ବିଷୟରେ କିଛି ନା କିଛି ଟୀକାଟିପ୍ପଣୀ କରିଥାଆନ୍ତି। ନିକଟରେ ସାହିଦ କହିଛନ୍ତି ଯେ ପତ୍ନୀ ମୀରାଙ୍କର ଗୋଟାଏ ଅଭ୍ୟାସ ତାଙ୍କୁ ଖୁବ୍‌ ବିବ୍ରତ କରେ।

ସାହିଦଙ୍କ କହିବା କଥା ହେଲା, ମୀରାଙ୍କୁ ଯେତେ କହିଲେ ବି ସେ ସକାଳୁ ଉଠିପାରନ୍ତି ନାହିଁ। ୯ଟା ପର୍ଯ୍ୟନ୍ତ ସେହିପରି ବିଛଣାରେ ପଡ଼ିରହିଥାନ୍ତି। ସାହିଦ ଯେତେବେଳେ ତାଙ୍କୁ ଉଠାଇବାକୁ ଚେଷ୍ଟା କରନ୍ତି ତ ସେ ଆଡୁସାଡୁ ଗପିବା ଆରମ୍ଭ କରନ୍ତି। ସେ ଆହୁରି ବି କହିଛନ୍ତି କି ମୀରା ତାଙ୍କୁ ତାଙ୍କର କୌଣସି ବି ଭଲ କାମ ପାଇଁ ଶ୍ରେୟ ଦିଅନ୍ତି ନାହିଁ। ସେ କହିଛନ୍ତି, ‘‘ମୀରା ବହୁତ ସୁନ୍ଦର, ତାଙ୍କ ହସ ସବୁଠାରୁ ସୁନ୍ଦର। ମୀରା ଖୁବ୍‌ ବୁଦ୍ଧିମତୀ। ସେ ଜଣେ ଭଲ ଓ ସଚ୍ଚୋଟ ମଣିଷ, ତାଙ୍କ ଭଳି ଖୁବ୍ କମ୍ ଲୋକ ସଂସାରରେ ମିଳିବେ।’’

Related posts

ମା ବନିବାକୁ ଯାଉଛନ୍ତି ଅଭିନେତ୍ରୀ ରୁବିନା 

mahabharatanews

ପରଲୋକରେ ଜଣାଶୁଣା ପ୍ରଯୋଜକ ରାଜ୍‌କୁମାର କୋହଲି

mahabharatanews

ପଶ୍ଚିମବଙ୍ଗ ପ୍ରେକ୍ଷାଳୟରେ ‘ଦ କେରଳ ଷ୍ଟୋରି

mahabharatanews