ମନୋରଞ୍ଜନ

ପତ୍ନୀଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ

(ମୁମ୍ବାଇ) : ପତ୍ନୀ ଶାଲିନୀ ତଲୱାରଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ। ଉଭୟଙ୍କ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଥିବା ବେଳେ ଆଜି ଦୁହିଁଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଦିଲ୍ଲୀର ପରିବାର ଅଦାଲତ। ହନି ସିଂ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅଢ଼େଇ ବର୍ଷ ପୁରୁଣା ମାମଲାର ସମାଧାନ କରି ଉଭୟ ପକ୍ଷର ଛାଡପତ୍ର ଆବେଦନକୁ ପରିବାର ଅଦାଲତ ଅନୁମୋଦନ କରିଛନ୍ତି।

ସୂଚନାନୁଯାୟୀ, ଘରୋଇ ହିଂସାର ଅଭିଯୋଗ ଆଣି ଶାଲିନୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଛାଡପତ୍ରକୁ ଅନୁମୋଦନ କରିବା ପୂର୍ବରୁ କୋର୍ଟ ହନି ସିଂଙ୍କୁ ଶେଷ ଥର ପାଇଁ ପଚାରିଥିଲେ କି ସେ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଚେଷ୍ଟା କରିବାକୁ ଚାହୁଁଛନ୍ତି କି?  ହନି ସିଂ ଉତ୍ତର ଦେଇଥିଲେ ଯେ ବର୍ତ୍ତମାନ ଏକାଠି ରହିବାର କୌଣସି ଅର୍ଥ ନାହିଁ। ବର୍ତ୍ତମାନ ଏକାଠି ରହିବା ଅସମ୍ଭବ। ତେବେ ହନି ସିଂ ଏବଂ ଶାଲିନୀ ତଲୱାର ପ୍ରେମ ବିବାହ କରିଥିଲେ।

Related posts

‘ପର୍ବ’ ଉପନ୍ୟାସ ଉପରେ ଆଧାରିତ ବିବେକଙ୍କ ଆଗାମୀ ସିନେମା 

mahabharatanews

ଓଟିଟିରେ ରଣବୀରଙ୍କ ଫିଲ୍ମ ‘ଆନିମଲ’

mahabharatanews

ଫ୍ଲାଟରୁ  ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ଉଦ୍ଧାର

mahabharatanews