ଓଡିଶା

ପ୍ରସିଦ୍ଧ ଅସୁରେଶ୍ବର ଦାଣ୍ଡ ଯାତ୍ରା

ପ୍ରତ୍ୟେକ ବର୍ଷ ଚୈତ୍ର ପୂର୍ଣ୍ଣିମା ରାତିରେ ପ୍ରଭୁ ଶ୍ରୀ ରଘୁନାଥ ନିଜ ମନ୍ଦିର ରୁ ବାହାରି ଦାଣ୍ଡରେ ଭକ୍ତ ଙ୍କୁ ଦର୍ଶନ ଦେଉଥିବାରୁ ଯାତ୍ରା ନାମ କାହିଁ କେଉଁ କାଳରୁ “ଦାଣ୍ଡ ଯାତ୍ରା” ବୋଲି ପ୍ରସିଦ୍ଧ ହୋଇଅଛି। ଗତକାଲି  ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର, ମଲ୍ଲିପୁର ସ୍ଥିତି ଶ୍ରୀ ରଘୁନାଥ ଜୀଉ,ମାତା ସୀତା ଓ ଭାଇ ଲକ୍ଷ୍ମଣ ଙ୍କ ସହ ବିରାଟ ପଟୁଆର ରେ ମନ୍ଦିର ରୁ ବାହାରି କୋଇଲୋ ସ୍ଥିତ ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର ଯାଏଁ ଯାଇଥିଲେ। ସାଙ୍ଗରେ ରାମାୟଣରେ ଅଭିନୟ କରୁଥିବା ଚରିତ୍ର ଯଥା ରାମ, ଲକ୍ଷ୍ମଣ, ହନୁମାନ, ରାବଣ ବିଭିନ୍ନ ବିମାନରେ ଯାଇଥିଲେ। ଏହି ପୀଠରେ ନବମ ଦିନ ଯାଏ ହେଉଥିବା ରାମାୟଣ,ରାମ ଜନ୍ମ ଠାରୁ ରାବଣ ମରଣ ଯାଏଁ ସୁଆଙ୍ଗି ମାଧ୍ୟମରେ ଅନୁଷ୍ଠିତ ହୁଏ। ଶ୍ରୀ ରଘୁନାଥ ମନ୍ଦିର ରୁ ବାହାରି ଦାଣ୍ଡରେ ଯାଉଥିବା ବେଳେ ଶ୍ରଦ୍ଧାଳୁ ମାନେ ନିଜର ମାନସିକ ବାଣ ଫୁଟାଇ ଥାଆନ୍ତି। ଯାହାକି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷିତ ବାଣ ଅଭିଜ୍ଞ ବାଣୁଆ ଙ୍କ ଦ୍ଵାରା ଫୁଟାଯାଏ। ସବୁଠାରୁ ଦର୍ଶନୀୟ କଥା ହେଲା ପ୍ରଭୁ ଶ୍ରୀ ରଘୁନାଥ ଦାଣ୍ଡରେ ବିଜେ କରୁଥିବା ବେଳେ ପଛେ ପଛେ ମା’ କାଳୀ,ଖଣ୍ଡା,ଖର୍ପର ରେ ସୁସଜ୍ଜିତ ହୋଇ ନାଚି ନାଚି ଯାଉଥାଆନ୍ତି। ବିଭିନ୍ନ ସ୍ଥାନରେ ଭକ୍ତ ମାନେ ମା’ କାଳୀ ଙ୍କୁ ପଣା ଅର୍ଘ୍ୟ ଅର୍ପଣ କରିଥାନ୍ତି। ପ୍ରଭୁ ଶ୍ରୀ ରଘୁନାଥ,କୋଇଲୋ ସ୍ଥିତ ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର ରେ ପହଞ୍ଚିଲା ପରେ ସେଠାରେ ରାମାୟଣର “ନାଗ ଫାସ” ଅଭିନୟ କରାଯାଏ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ରେ ସମଗ୍ର ଅଂଚଳ ରାମ ମୟ ହୋଇଯାଏ। ଏଭଳି ପରମ୍ପରା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଏଠାକୁ ଆଗମନ ଦେଖିବାକୁ ମିଳିଥାଏ। ଏହି ଅବସରରେ ଯାତ୍ରା ପଡିଆରେ ଅନେକ ଦୋକାନ ବଜାର ପଡ଼ିଥିଲା, ଭକ୍ତ ମାନେ ପ୍ରଭୁ ଦର୍ଶନ ପରେ ବିଭିନ୍ନ ପ୍ରକାରର ଘର କରଣା ଜିନିଷପତ୍ର କିଣାକିଣି କରିଥିଲେ।ଭକ୍ତ ଙ୍କ ସୁରକ୍ଷା ପାଇଁ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Related posts

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ନବ ଚରଣ ମାଝୀଙ୍କୁ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

mahabharatanews

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews