(ମହାଭାରତ/ ଭୁବନେଶ୍ୱର): ନାଗରିକତା ସଂଶୋଧନ ବିଧେୟକ ଆଇନରେ ପରିଣତ ହେବା ପରେ ଏବେ ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖା ଦେଇଛି । ଦେଶର ମୁଖ୍ୟତଃ ପୂର୍ବ ଉତ୍ତର ପ୍ରାନ୍ତରେ ଏହାକୁ ନେଇ ଦେଖା ଦେଇଛି ହିଂସା । ଏହାରି ମଧ୍ୟରେ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ସିଏଏକୁ ବିରୋଧ କରି ବୟାନ ବାଜି ଚଳାଇଛନ୍ତି । ଆଜି କଂଗ୍ରେସର ବରିଷ୍ଠ ମନ୍ତ୍ରୀ ସନ୍ତୋଷ ସିଂହ ସାଲୁଜା ସିଏଏକୁ ବିରୋଧ କରି ବୟାନ ଦେଇଥିଲେ । ଏହି ବୟାନ ଉପରେ ଏକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ଓ ଉକ୍ତ ଖବରକୁ ସୋସିଆଲ ମିଡିଆରେ ଛଡା ଯାଇଥିଲା । ଏଥିରେ ଆସିଥିବା କମେଣ୍ଟରେ ଅଧିକାଂଶ ୟୁଜର ସମର୍ଥନ କରିବା ସହ ସାଲୁଜା ଓ କଂଗ୍ରେସକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଧାବିକା ଦୁତୀ ଚାନ୍ଦଙ୍କ ଭଉଣୀ ତଥା ଜାତୀୟସ୍ତରର ଧାବିକା ସରସ୍ୱତୀ ଚାନ୍ଦଙ୍କ କମେଣ୍ଟ ମଧ୍ୟ ଥିଲା । ସେ ସାଲୁଜାଙ୍କ ବୟାନକୁ ନେଇ କଂଗ୍ରେସକୁ ସାମାଲେଚନା କରିଛନ୍ତି । କିନ୍ତୁ ସମାଲୋଚନାରେ ସରସ୍ୱତୀ ସମସ୍ତ ଶାଳୀନତାକୁ ପଛରେ ପକେଇ ଦେଇଛନ୍ତି ।
ସାଧାରଣତଃ କମେଣ୍ଟରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଆଚାର ବିଚାର ସମ୍ପର୍କରେ ଜଣା ପଡିଥାଏ । କିନ୍ତୁ ସରସ୍ୱତୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶାଳୀନ ଓ ଅଭଦ୍ରୋଚିତ । ଏପରି ଭାଷାର ବ୍ୟବହାର କୌଣସି ଶିକ୍ଷିତ ଓ ଭଦ୍ର ସମାଜରେ ଗ୍ରହଣୀୟ ନୁହେଁ । ବ୍ୟକ୍ତିଗତ ଜୀବନରେ ଏପରି ଭାଷା ମଧ୍ୟ ଗ୍ରହଣୀୟ ହେଉ ନ ଥିବା ବେଳେ ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କୁହାଯାଇ ପାରେ । ସାମାଜିକ କ୍ଷେତ୍ରରେ ନିଜସ୍ୱ ଏକ ପରିଚୟ ସୃଷ୍ଟିକରି ଏପରି ବେତଣ୍ଡା ବୟାନ ବାଜି ଉପରେ ବ୍ୟକ୍ତି ବିଶେଷଙ୍କୁ ଯତ୍ନବାନ ହେବା ଆବଶ୍ୟକ ।
previous post
