ଓଡିଶା

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ 

 (ସମ୍ବଲପୁର) : ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଲୋକାର୍ପଣ କରିଛନ୍ତି । ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । ହୋମଯଜ୍ଞ ସାଙ୍ଗକୁ ଚଣ୍ଡୀପାଠ ଆରମ୍ଭ ହୋଇଥିବାବେଳେ ମନ୍ତ୍ରଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହେଉଛି । ଏହାପରେ ସେ ମନ୍ଦିର ପରିସରରେ ରୂପାନ୍ତରଣର କାର୍ଯ୍ୟକୁ ଅନୁଧ୍ୟାନ କରିବେ ଓ ଏସଏଚଜି ମହିଳାମାନଙ୍କ ସହ ଆଲୋଚନା ମଧ୍ୟ କରିବେ ।

ସୂଚନାନୁଯାୟୀ , ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ମଧ୍ୟାହ୍ନ ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପ୍ରେ ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ପହଞ୍ଚିଥିଲେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ ପ୍ରାୟ 1 ଟାରେ ଏହି ମନ୍ଦିର ଲୋକାର୍ପଣ କରିଥିବା ଜଣାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ୟାଟେରି ଗାଡ଼ିରେ ବସି ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଥିବା ଜଣାଯାଇଛି । ଗତକାଲି ହଜାରେରୁ ଅଧିକ ମହିଳା ମହାନଦୀରୁ ଜଳ କୁମ୍ଭ ଧରି କଳସ ଯାତ୍ରା କରି ସମଲେଇ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ନଡ଼ିଆ କଳସ ଗୁଡିକୁ ରଖାଯାଇଛି । ସନ୍ଧ୍ୟାରେ ମହାନଦୀ କୂଳରେ ମହାନଦୀ ଘାଟରେ ସନ୍ଧ୍ୟା ଆଳତିର ବନ୍ଦବୋସ୍ତ କରାଯାଇଛି ।

Related posts

ଧରା ହେଲା ଚୋରା କୋଇଲା ବୋଝେଇ ଗାଡି

mahabharatanews

ଯୁବକଙ୍କୁ ଦଳି ଦେଲା ଦନ୍ତା

mahabharatanews

ବିକାଶର ୧୮ତମ ବାର୍ଷିକମହୋତ୍ସବ ‘ଇଲେକ୍ଟ୍ରା-୨୦୧୯’ ଉଦଯାପିତ

mahabharatanews