ଓଡିଶା

ଯୁବକଙ୍କୁ ଦଳି ଦେଲା ଦନ୍ତା

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ଦରଗାଁ ନିକଟରେ ଏକ ଅଘଟଣ ଘଟିଛି । ଗୁରୁବାର ଏଠାରେ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସ୍ଥାନୀୟ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ ବୋଲି ଜଣାପଡିଛି । ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି । ଗୁରୁତରଙ୍କୁ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ଟାଙ୍ଗିରିପଡା ଗାଁର କିଛି ଲୋକ ନିକଟସ୍ଥ ଦରଗାଁକୁ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଦନ୍ତା ହାବୁଡରେ ସେମାନେ ପଡି ଯାଇଥିଲେ । ହାତୀଟି ଜଣେ ଯୁବକଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Related posts

୫୦୦୦ ଲେମ୍ବୁରେ ମା’ଙ୍କୁ ସ୍ୱାଗତ,ବାଲୁକାକଳାରେ ବିଶ୍ୱକପ ପାଇଁ ପ୍ରାର୍ଥନା 

mahabharatanews

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର

mahabharatanews

ଆଉ ୬ ମାସ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟକରିବେ ସୁରେଶ

mahabharatanews