ଓଡିଶା

କାନ୍ଧ ଦେଲାନି ପରିବାର, ମୁଖାଗ୍ନି ଦେଲେ କମିଶନର  

(ସମ୍ବଲପୁର) :  ମୃତ୍ୟୁ ପରେ ଆସିଲାନି  ପରିବାର । ଶବ ସତ୍କାର  କଲା ପ୍ରଶାସନ ଓ ଏନଜିଓ । ଶବକୁ କାନ୍ଧରେ ବୋହିନେବା ସହ ମୁଖାଗ୍ନି ଦେଇଛନ୍ତି ଏମିତି ଏକ ମହାନ ଦୃଶ୍ୟ ଦେଖଇବାକୁ ମିଳିଛି ସମ୍ବଲପୁରରେ । ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ନେବାକୁ ପରିବାର ଲୋକ ମନା କରିଦେବା ପରେ ପ୍ରଶାସନ ଅଣ୍ଟା ଭିଡିଛି  ।   ସମସ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ ଏସ୍ଏମ୍‌ସି କମିଶନର, କର୍ମଚାରୀ ଓ ସ୍ୱେଚ୍ଛାସେବୀ ।

ସୂଚନାନୁଯାୟୀ , ବ୍ୟକ୍ତି ଜଣକ ହେଉଛନ୍ତି କେରଳର ପଦ୍ମା ନାୟାର । ସେ ୧୯୯୮ ମସିହାରୁ ହୀରାକୁଦରେ ଥିବା ଏକ ସ୍କୁଲରେ ସହକାରୀ ଶିକ୍ଷକ ଥିଲେ । ସମ୍ବଲପୁର ମହାନଗର ନିଗମ ଘୋଷଣା ହେବା ପରେ ଓ ଉକ୍ତ ସ୍କୁଲ ଶିକ୍ଷା ବିଭାଗରେ ମିଶ୍ରଣ ପରେ ତାଙ୍କୁ ଏସ୍ଏମ୍‌ସି କାର୍ଯ୍ୟାଳୟରେ କିରାଣୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଗତ କରୋନା ସମୟରେ ସେ କେରଳର ତାଙ୍କ ପରିବାର ନିକଟକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ତାହା ସମ୍ଭବ ହୋଇନଥିଲା । ଆସନ୍ତା ୨୦୧୪  ରେ ପଦ୍ମା ଚାକିରୀରୁ ଅବସର ଗ୍ରହଣ କରିଥାନ୍ତେ । କିନ୍ତୁ ଗତ ୨  ରୁ ୩  ମାସ ହେଲା ସେ ଚଲାବୁଲା କରିପାରୁନଥିଲେ । ପରେ ପରେ ତାଙ୍କର ମାନସିକ ସମସ୍ୟା ସୃଷ୍ଟି ହୋଇଥିଲା । ତାଙ୍କର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଆସିଲେନି ।

Related posts

୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା,ଓ୍ଵାର୍ଣ୍ଣିଂ ଜାରି

mahabharatanews

ଭାବି ସ୍ୱାମୀକୁ ଚୂନ ଲଗାଇଲା କନ୍ୟା

mahabharatanews

ଆସନ୍ତାକାଲି ବନକଲାଗି ନୀତି; ୪ ଘଣ୍ଟା ଶ୍ରୀଜିଉ ଦର୍ଶନ ମନା

mahabharatanews