ମନୋରଞ୍ଜନ

ରିଲିଜ ହେଲା ଜେଲର୍‌’; କଲେଜ ଓ ଅଫିସ୍‌ ଛୁଟି 

(ମୁମ୍ବାଇ) :ଆଜି ରିଲିଜ ହେଉଛି ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜେଲର୍‌’ । ଏଥିନିମନ୍ତେ ଆଜି ଚେନ୍ନାଇ ଓ ବେଙ୍ଗାଲୁରୁରେ ଥିବା କଲେଜ ଓ ଅଫିସ୍‌ ସବୁ ଛୁଟି ଘୋଷଣା ହୋଇଛି ଏକ ରିପୋର୍ଟରୁ ଜଣାପଡିଛି ।

ସୂଚନାନୁଯାୟୀ , ପ୍ରଥମ ଦିନ ସୋ’ ପୂର୍ବରୁ ଅଗ୍ରୀମ ବୁକିଙ୍ଗ୍‌ ହୋଇଥିବା ଟିକେଟ୍‌ର ପରିମାଣ ବୃଦ୍ଧି ପାଇଥିଲା । ବୁକିଙ୍ଗ୍ ହେତୁ  ଭାରତରେ ଏହି ଚଳଚ୍ଚିତ୍ର ୧୨.୮ କୋଟି ଟଙ୍କା ଉପାର୍ଜନ କରିଛି। ଚଳଚ୍ଚିତ୍ରର ତାମିଲ ‘ଭର୍ସନ୍‌’ ଜରିଆରେ ତାମିଲନାଡୁରୁ ଆୟ ହୋଇଛି ୧୧.୭ କ‌ୋଟି ଓ ତେଲୁଗୁ ‘ଭର୍ସନ୍‌’ ଜରିଆରେ ଆୟ ହୋଇଛି ୧.୧ କୋଟି ଟଙ୍କା। ଏହି ଅବସରରେ ଗୋଟାଏ କମ୍ପାନି ଜାରି କରିଥିବା ‘ଛୁଟି ଘୋଷଣା’ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସେଥିରେ ଉଲ୍ଲେଖ ଅଛି ଯେ, ମାନବ ସମ୍ବଳ ବିଭାଗରେ ଗଦା ହୋଇଥିବା ଛୁଟି ଦରଖାସ୍ତ ମଞ୍ଜୁରି ଏଡ଼ାଇବା ପାଇଁ କମ୍ପାନି ଏହି ଛୁଟି ଘୋଷଣା କରିଛି। ଏହାଛଡ଼ା, ଆମେ କର୍ମଚାରୀମାନଙ୍କୁ ଉକ୍ତ ଚଳଚ୍ଚିତ୍ର ଦେଖିବା ଲାଗି ମାଗଣାରେ ଟିକେଟ୍‌ ବଣ୍ଟନ କରିଛୁ।

Related posts

ପ୍ରଥମ ଦିନରେ ୯୫କୋଟି ଆୟ କଲା ‘ପ୍ରଭାସଙ୍କ ସାଲାର’  

mahabharatanews

ଆଜି ନିର୍ବନ୍ଧ କରିବେ ପରିଣୀତି ରାଘବଙ୍କ

mahabharatanews

 ୨୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ‘ଦ କେରଳ ଷ୍ଟୋରୀ’

mahabharatanews