ଭାରତ

ଆରପାରିରେ ପ୍ରସିଦ୍ଧ ଗାୟକ ବାପି ଲାହିରି

(ମୁମ୍ବାଇ) : ୨୦୨୨ରେ ବଲିଉଡ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି । ପରଲୋକରେ ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବାପି ଲାହିରି । ୬୯ ବର୍ଷ ବୟସରେ ମୁମ୍ବାଇର ଜୁହୁର କ୍ରିଟି କେୟାର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସୂଚନାନୁଯାୟୀ , ଭାରତରେ ‘ଡିସ୍କୋ କିଙ୍ଗ’ ଭାବରେ ଜଣାଶୁଣା ବାପି ଲାହିରି ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତାରେ ଶାସ୍ତ୍ରୀୟ ସଙ୍ଗୀତରେ ସମୃଦ୍ଧ ପରମ୍ପରା ଥିବା ଏକ ପରିବାରର ଥିଲେ। ସେ ୧୯ ବର୍ଷ ବୟସରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ବାପା ଆପରେଶ ଲାହିରୀ ଜଣେ ପ୍ରସିଦ୍ଧ ବଙ୍ଗୀୟ ଗାୟକ ଏବଂ ତାଙ୍କ ମା’ ବଂସାରୀ ଲାହିରୀ ଜଣେ ସଂଗୀତଜ୍ଞ-ଗାୟିକା ଥିଲେ ।

Related posts

“ମା’ଙ୍କ ଅଭିଶାପ ହେତୁ ଜେଲ ଭୋଗୁଛନ୍ତି କେଜ୍ରିୱାଲ”: ମନୋଜ ତିୱାରୀ 

mahabharatanews

ଇସ୍ତଫା ଦେଲେ ପେଟିଏମ୍ ସିଇଓ ତଥା ସଭାପତି ଭବେଶ ଗୁପ୍ତା

mahabharatanews

ପ୍ରତିପକ୍ଷ ଖେଳାଳିଙ୍କୁ ମାତ୍ର ୬୮ ମିନିଟରେ କଲେ ପରାସ୍ତ: ଇଗା ସ୍ୱିଆତେକ

mahabharatanews