ଓଡିଶା

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶର୍ନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶର୍ନ ପଟ୍ଟନାୟକ । ରତ୍ନଭଣ୍ଡାର ମରାମତି ପାଇଁ ଏହି ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ । ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ସୁଦର୍ଶନ । ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି । ଆଗକୁ ବର୍ଷା ରୁତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ରତ୍ନଭଣ୍ଡାର କାନ୍ଥ, ଛାତ ପୁରା ବେସ୍ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ୬ ବର୍ଷ ତଳେ ଏହି ଫାଟ ଦେଖାଯାଉଥିବା ଏବେ ସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପ୍ରୂ୍ଣ୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖ ବିଷୟ ବୋଲି ଲେଖିଛନ୍ତି ସୁଦର୍ଶନ ।

Related posts

ପରୀ ମୃତ୍ୟୁ ଘଟଣା: ଅଗଷ୍ଟ ୧୭ରେ ପରବର୍ତ୍ତୀ ଶୁଣାଣି

mahabharatanews

ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

mahabharatanews

ବନବିଭାଗ ନେଲା ଏକ ବଡ ପଦକ୍ଷେପ

mahabharatanews