ଓଡିଶା

ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

(ସୋର):ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ନିକଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସକାଳେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ଯୁବକ ଏକ ଟ୍ରକ ସାମନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ ଯୁବକ ଜଣକ ଜଡିନା ପଞ୍ଚାୟତର ଭଡରାପଦା ଗାଁର ବାସିନ୍ଦା ଗଜେନ୍ଦ୍ର ବେହେରାଙ୍କ ପୁଅ ବୋଲି ଜଣାପଡିଛି । ସେ ମାନସିକ ବ୍ୟାଧିଗ୍ରସ୍ତ ଥିବା ବେଳେ ସୋର ଡାକ୍ତରଖାନାରେ ତାଙ୍କର ଚିିକିତ୍ସା ଚାଲିଥିଲା । ମିଳିଥିବା ସୂଚନା ଅନୁଯାୟୀ,୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ସକାଳେ କିଛି ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ସେମାନଙ୍କ ସହ ଉକ୍ତ ଯୁବକ ମଧ୍ୟ ଚାଲୁଥିଲେ। କିଛି ବାଟ ଯିବା ପରେ ସେ ବସି ପଡ଼ିଥିଲେ। ଏହାପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଆଗକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହାଦେଖି ମର୍ଣ୍ଣିଂ ୱାକ୍ କରୁଥିବା ଲୋକେ ସୋର ପୁଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଯୁବକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନା ପଠାଇଛି ।

Related posts

ଶିକ୍ଷକ ବଦଳି ପାଇଁ ଅନଲାଇନରେ କରିପାରିବେ ଆବେଦନ , ଖୋଲିଲା ପୋର୍ଟାଲ୍

mahabharatanews

ଦୁର୍ଗମ ଇଲାକାରେ ଆଶାକର୍ମୀଙ୍କ ସଚେତନତା କାର୍ଯ୍ୟ

mahabharatanews

ଥଣ୍ଡା ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

mahabharatanews