ଓଡିଶା

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶର୍ନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶର୍ନ ପଟ୍ଟନାୟକ । ରତ୍ନଭଣ୍ଡାର ମରାମତି ପାଇଁ ଏହି ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ । ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ସୁଦର୍ଶନ । ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି । ଆଗକୁ ବର୍ଷା ରୁତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ରତ୍ନଭଣ୍ଡାର କାନ୍ଥ, ଛାତ ପୁରା ବେସ୍ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି । ୬ ବର୍ଷ ତଳେ ଏହି ଫାଟ ଦେଖାଯାଉଥିବା ଏବେ ସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପ୍ରୂ୍ଣ୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖ ବିଷୟ ବୋଲି ଲେଖିଛନ୍ତି ସୁଦର୍ଶନ ।

Related posts

ଉଦଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews

ରାଜ୍ୟରେ ରହିଛନ୍ତି ୧୧ ହଜାର ୩୯୭ ଘର ବାରି ଶୂନ୍ୟ ପରିବାର

mahabharatanews

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ

mahabharatanews