ଓଡିଶା

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଦିତୀୟ ଦିନରେ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ବାଲୁକାଶିଳ୍ପୀ

କୋଣାର୍କ ଠାରେ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୩୬ ତମ କୋଣାର୍କ ନୃତ୍ୟ ଉତ୍ସବ ଓ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବ ୧୫ ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ।ସେହିପରି ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା।ଏହି ଉତ୍ସବ ଓ ମେଳା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ୍ଣ କରିବା ନିମିତ୍ତ ଏକ ସମୀକ୍ଷା ବୈଠକ ଆଜି ପୂର୍ବାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କୋଣାର୍କ ନୃତ୍ୟ ମହୋତ୍ସବ,ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳା ଆୟୋଜନ ହେଉଛି।ଏକ ସମୟରେ ଏହି ଊତ୍ସବ ଆୟୋଜିତ ହେଉଥିବାରୁ ବିପୁଳ ଜନ ଗହଳି ର ଆଶା କରାଯାଉଛି।

ଏହାକୁ ସମସ୍ତ ବିଭାଗ ଗୁରୁତ୍ୱର ସହ ନେଇ କାର୍ଯ୍ୟ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପୂର୍ବ ପ୍ରସ୍ତୁତି ବୈଠକରେ ଗମନାଗମନ ସୁବିଧା, ପରିସ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦି କୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି କାର୍ଯ୍ୟ ଗୁଡ଼ିକ ର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।ଯେଉଁ ବିଭାଗକୁ ଯାହା ଦାୟିତ୍ୱ ଦିଆଯାଇଥିଲା  ତାହାକୁ ସେମାନେ କରାଇଛନ୍ତି।ଆଉ କିଛି କିଛି କାମ ଯାହା ଅବଶିଷ୍ଟ ରହିଛି ତାହାକୁ ଯୁଦ୍ଧ କାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଏହା ଯେହେତୁ ଏକ ଅନ୍ତର୍ଜାତୀୟ ଉତ୍ସବ ତେଣୁ ସମସ୍ତ କାର୍ଯ୍ୟ କୁ ଉଚ୍ଚ ମାନର ଓ ନିଷ୍ଠାର ସହ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପାର୍କିଂ ସ୍ଥଳ ବ୍ୟବସ୍ଥା ,ପାନୀୟ ଜଳ ବ୍ୟବସ୍ଥା, ଅଧିକ ଶୌଚାଳୟ ଇତ୍ୟାଦି ସହ ବ୍ୟବହାର ଉପଯୋଗୀ, ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା,ଅଧିକ ସିସିଟିଭି ବ୍ୟବସ୍ଥା, ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା, ସ୍ବଛତା ବ୍ୟବସ୍ଥା,ରାସ୍ତା ଘାଟ ମରାମତି ଓ ପାଚେରୀ ରଙ୍ଗ ବ୍ୟବସ୍ଥା, କଳାକାର ଓ ଷ୍ଟଲ ପାଇଁ ଆସିଥିବା ବ୍ୟକ୍ତି ମାନଙ୍କ ରହଣୀ ବ୍ୟବସ୍ଥା,,ଆଇନ ଶୃଙ୍ଖଳା, ଟ୍ରାଫିକ ଇତ୍ୟାଦି ସମ୍ପର୍କରେ ସମୀକ୍ଷା କରାଯାଇ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ତ ବ୍ୟବସ୍ଥା କୁ ଚୁଡାନ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା।ସେହିପରି ପ୍ରତ୍ୟହ୍ୟ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ,କଳାକାର ମାନଙ୍କୁ ସମସ୍ତ ସହଯୋଗ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

Related posts

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

mahabharatanews

୬ରୁ ପୁଣି ଭିଜିବ ସାରା ରାଜ୍ଯ

mahabharatanews