ମୁମ୍ବାଇ: ଦେଶରେ କୋରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ମୁମ୍ବାଇର ସିଦ୍ଧିବିନାୟକ ଗନପତି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ମନ୍ଦିର ପକ୍ଷରୁ ନିରାପତା ପାଇଁ ସାନିଟାଇଜର ଯୋଗାଇ ଦିଆଯାଉଛି ବୋଲି ଆଜି ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ବନ୍ଦେକାର ସୂଚନା ଦେଇଛନ୍ତି । କୋରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ହାତ ଧୋଇବାକୁ ସ।ନିଟାଇଜର ଯୋଗାଇ ଦେଉଛୁ । ଏଥିସହ ସମସ୍ତଙ୍କୁ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଛି । ପ୍ରତ୍ୟେକ ଭକ୍ତ ମନ୍ଦିରକୁ ପ୍ରବେଶ କରିବା ସମୟରେ ସେମାନଙ୍କୁ ସାନିଯାଇଜର ଯୋଗାଇ ଦିଆଯାଉଛି ବୋଲି ଟ୍ରଷ୍ଟ ଅଧ୍ୟକ୍ଷ କହିଛନ୍ତି । ଏଥିସହ ସଂକ୍ରମଣ ରୋକିବାକୁ ମନ୍ଦିରର ଚଟାଣ ଓ ହସ୍ତ ରେଲିଂକୁ ବାରମ୍ବାର ସଫା କରାଯାଉଛି । କୋରୋନା ସଂକ୍ରମଣ ପରେ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା କମି ଯାଇଛି । ତେବେ ଯେଉଁ କେତେଜଣ ଅ।।ସୁଛନ୍ତି, ସେମାନଙ୍କ ନିମନ୍ତେ ମନ୍ଦିର ପକ୍ଷରୁ ପ୍ରତିଶେଷଧକ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ଦେଶରେ କୋଭିଡ-୧୯ରେ ମୋଟ ୮୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ଡିସେମ୍ବରରେ ସୃଷ୍ଟ ଏହି ଭୂତାଣୁରେ ବିଶ୍ୱର ପ୍ରାୟ ୧୦୦ ଦେଶର ୧୨୦୦୦୦ ଲୋକ ସଂକ୍ରମିତ ହୋଇଛି । ଏହାର ଭୟାବହତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣ।। କରିଛି
previous post
next post