(ଦିଲ୍ଲୀ) : ଦିଲ୍ଲୀ ମଦ ନୀତି ଦୁର୍ନିତ ମାମଲାରେ ଅଭିଯୁକ୍ତ ଆମ୍ ଆଦମୀ ପାର୍ଟି (ଆପ୍) ର ନେତା ସଞ୍ଜୟ ସିଂଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବାକୁ ମାର୍ଚ୍ଚ ୧୯ ରେ ସଂସଦରେ ହାଜର ହେବାକୁ କୋର୍ଟ ଅନୁମତି ଦେଇଛନ୍ତି । ନିକଟରେ ସିଂ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ଶପଥ ଗ୍ରହଣ କରିନଥିଲେ ।
ସୂଚନାନୁଯାୟୀ , ଅକ୍ଟୋବର ୪, ୨୦୨୩ରେ ଇଡ଼ି ୧୦ ଘଣ୍ଟଆ ଖୋଜା ଖୋଜି କରିବା ପରେ ସଞ୍ଜୟ ସିଂଙ୍କୁ ତାଙ୍କର ସାଉଥ ଆଭେନ୍ୟୁରେ ବାସଭବନରୁ କରିଥିଲା ଗିରଫ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପାର୍ଟି ଯୋଗାଯୋଗ ଦାୟିତ୍ୱ ବିଜୟ ନାୟାରଙ୍କ ପରେ ସେ ଏହି ମାମଲାରେ ଗିରଫ ହୋଇଥିବା ତୃତୀୟ ଆପ୍ ନେତା ଥିଲେ । ଇଡି ଅଭିଯୋଗ କରିଥିଲା ଯେ ଅଭିଯୁକ୍ତ ବ୍ୟବସାୟୀ ଦୀନେଶ ଆରୋରା ସିଂଙ୍କୁ ୨ କୋଟି ଟଙ୍କା ନଗଦ ଟଙ୍କା ଦେଇଛନ୍ତ ସଞ୍ଜୟ । ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସଞ୍ଜୟ ସିସୋଦିଆ ଙ୍କ ମାଧ୍ୟମରେ ମଦ ନୀତିରେ ପରିବର୍ତ୍ତନ ଆଣି କିଛି ବ୍ୟବସାୟୀଙ୍କୁ ଲାଭ ଦେଇଛନ୍ତି ।