Uncategorized

ସରପଞ୍ଚଙ୍କୁ ହତ୍ୟା କାପୁରୁଷତା: କାଶ୍ମୀର ଲ୍ୟୁଟେନାଣ୍ଟ ଗଭର୍ନର

ଶ୍ରୀନଗର: ଅନନ୍ତ ନାଗ ଜିଲ୍ଲାରେ ଜଣେ ସରପଞ୍ଚଙ୍କୁ ଆତଙ୍କବାଦୀ ହତ୍ୟା କରିବା ଘଟଣାକୁ ଜାମ୍ମୁ କାଶ୍ମୀର ଲ୍ୟୁଟେନାଣ୍ଟ ଗଭର୍ନର ଜି ସି ମୁର୍ମୁ ଆଜି ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି କାଣ୍ଡ ପଛରେ ଥିବା ଲୋକମାନେ ମାନବିକତାର ଶତ୍ରୁ । ଏହାକୁ କାପୁରୁଷତା କହିବା ସହ ମୁର୍ମୁ କହିଛନ୍ତି, କୌଣସି ଜନପ୍ରତିନିଧି ଉପରେ ଆକ୍ରମଣ ଗଣତନ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ ସଦୃଶ । ଏହି ହତ୍ୟା ପଛରେ ଥିବା ଲୋକ ମାନବିକତାର ଶତ୍ରୁ । ଏପରି ଦୁରାଚାରୀକୁ ଆଇନର ଶୃଙ୍ଖଳ ମଧ୍ୟକୁ ଧରି ଆଣିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସରପଞ୍ଚଙ୍କ ପରିବାରବର୍ଗକୁ ମୁର୍ମୁ ସମବେଦନା ମଧ୍ୟ ଜଣାଇଛନ୍ତି ।
ଅନନ୍ତନାଗ ଜିଲ୍ଲାର ଲାର୍କିପୋରା ଅଞ୍ଚଳର ସରପଞ୍ଚ ଅଜୟ ପଣ୍ଡିତ ଓ ଜଣେ କଂଗ୍ରେସ କର୍ମୀଙ୍କୁ ଗତକାଲି ସେମାନଙ୍କ ଗ୍ରାମରେ ଆତଙ୍କବାଦୀ ଗୁଳିକରି ହତ୍ୟା କରିଥିଲେ । ଆଜି ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି ।

Related posts

ଭାରତରେ ବିଶ୍ୱର ଏକ ତୃତୀୟାଂଶ ଯକ୍ଷ୍ମାରୋଗୀ

mahabharatanews

ସୁଭାଷ ଗର୍ଗ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ

mahabharatanews

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

mahabharatanews