ଓଡିଶା

ସାରଥୀଙ୍କ ଦିବ୍ୟ ଶକ୍ତିର ପର୍ଦ୍ଦାଫାସ କଲେ ଅରୁଣ ବୋଥ୍ରା

(ପ୍ର୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ): ପୁଣି ଚର୍ଚ୍ଚାରେ ସନ୍ତୋଷ ଓରଫ ସାରଥୀ ବାବା । ସାରଥିଙ୍କୁ ଗିରଫ ସମୟରେ ତାଙ୍କ ପାଖରେ ଦିବ୍ୟଶକ୍ତି ଥିବା ନେଇ ବହୁ ମାତ୍ରାରେ ପ୍ରଚାର ମଧ୍ୟ ହୋଇଥିଲା। ସତରେ କଣ ସାରଥୀଙ୍କର ଦିବ୍ୟ ଶକ୍ତି ରହିଛି? ଏମିତି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏସବୁ ପ୍ରଶ୍ନର ପର୍ଦ୍ଦାଫାସ କରିଛନ୍ତି ତତ୍କାଳୀନ କ୍ରାଇମ୍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ଏପରି ରହସ୍ୟମୟ ପ୍ରଶ୍ନ ଘୂରିବୁଲୁଥିଲା । ତେବେ ସବୁ କଳ୍ପନାଯଳ୍ପନାର ଅନ୍ତ ଘଟାଇ ଟୁଇଟ ଯୋଗେ ସେ ଜଣେ ଅବତାରୀ ପୁରୁଷ ଥିଲେ ବୋଲି ତାଙ୍କ ପ୍ରଶଂସକ କହୁଥିଲେ। ଏପରିକି ସିମେଣ୍ଟ ଗାଈରୁ କ୍ଷୀର ବାହାରୁଥିବା କଥା ଜଣେ ପ୍ରଶଂସକ ଘୋଷଣା କରିଥିଲେ। କିନ୍ତୁ ଏସବୁ ମିଛ ଥିଲା ଏବଂ ଲୋକଙ୍କ ସାମ୍ନାରେ ମନା କରିପାରିବା ସମ୍ଭବପର ନଥିଲା ବୋଲି ଜେରାବେଳେ ସାରଥୀ ତାଙ୍କୁ କହିଥିବା ଜଣାପଡ଼ିଛି । ଏହାସହ ତଦନ୍ତ ସମୟରେ ସାରଥୀଙ୍କ ସହ କୌଣସି ପ୍ରକାରର ଥାଡ୍ ଡିଗ୍ରୀ ପ୍ରୟୋଗ କରାଯାଇନି ବୋଲି ବୋଥ୍ରା ସ୍ପଷ୍ଟ କରିଛନ୍ତି ।
ସୁଚନାନୁଯାୟୀ, ଆତ୍ମଘୋଷିତ ବାବା ସାରଥୀଙ୍କୁ ୨୦୧୫ରେ ବାରିମୂଳ ଆଶ୍ରମରୁ ଗିରଫ କରାଯାଇଥିଲା। ୪ ବର୍ଷ ଜେଲରେ ରହିବା ପରେ ୫ ମାସ ତଳେ ତାଙ୍କୁ ଜାମିନ୍ ମିଳିଛି।

Related posts

ଭୁବନେଶ୍ୱରରୁ ଆଉ ୮୯ କରୋନା ପଜିଟିଭ ଚିହ୍ନଟ

mahabharatanews

ଅନୁଗୁଳ କରୋନା ସଂକ୍ରମିତଙ୍କ ତାଲିକା ଭାଇରାଲ: ଥାନାରେ ମାମଲା

mahabharatanews

ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କ ଶାଖା ଉଦଘାଟିତ

mahabharatanews