ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସରପଞ୍ଚଙ୍କ ୬ ମାସର ଦରମା ପ୍ରଦାନ

କୀର୍ତ୍ତିରାଜ ସ୍ୱାଇଁ, ବଡ଼ଚଣା: କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆମ ରାଜ୍ୟରେ ୪୨ ଜଣ ସଂକ୍ରମିତ ହୋଇଛନ୍ତି ଓ ଗତକାଲି ଗୋଟିଏ କରୋନା ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଭିନ୍ନ ସଂଗଠନ, ବ୍ୟକ୍ତି ବିଶେଷ ରାଜ୍ୟ ସରକାରକୁ ସହଯୋଗର ହାତ ବଢାଉଛନ୍ତି । ଏହି କ୍ରମରେ ଗତକାଲି ବଡ଼ଚଣା ନିର୍ବାଚନ ମଣ୍ଡଳୀର ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଚାଚାଲିନ୍ ସ୍ୱାଇଁ କୋରୋନା ମୁକାବିଲାରେ ସାମିଲ୍ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିକୁ ନିଜର ୬ ମାସର ଦରମା ବାବଦକୁ ୧୧୨୮୦ ଟଙ୍କା ବଡ଼ଚଣା ବିଡ଼ିଓଙ୍କ ମାଧ୍ୟମରେ ଦାନ କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ବଡ଼ଚଣାର ବିଭିନ୍ନ ସଂଗଠନ ସ୍ୱାଗତ କରିବା ସହ ଶ୍ରୀ ସ୍ୱାଇଁଙ୍କୁ ପ୍ରଶଂସା କରିଛନ୍ତି ।

Related posts

ରାଜ୍ୟରୁ ୧୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

mahabharatanews