(ଦିଲ୍ଲୀ) : ମନି ଲଣ୍ଡରିଂ ମାମଲାରେ ଜେଲ୍ରେ ଥିବା ଆପ୍ ନେତା ଏବଂ ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୋମବାର ଦିନ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସତ୍ୟେନ୍ଦ୍ରଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ସ୍ପଷ୍ଟ ସୂଚନା ମିଳିନି ।
ସୂଚନାନୁଯାୟୀ , ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି ଜେଲ୍ରେ ତାଙ୍କ ଓଜନ ମଧ୍ୟ ୩୫ କିଲୋ କମିଯାଇଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ନୋଟିସ କରିଥିଲେ।