ଭାରତ

ଦ୍ଵିତୀୟ ଦିନରେ ‘ଜି୨୦’ ବୈଠକ 

(କାଶ୍ମୀର) : କଶ୍ମୀରରେ ‘ଜି୨୦’ ବୈଠକକୁ ଚୀନ୍‌ ତୀବ୍ର ବିରୋଧ କରିଛି । ଶୁକ୍ରବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍‌ କହିଛନ୍ତି ଯେ, ‘ବିବାଦୀୟ’ ଅଞ୍ଚଳରେ କୌଣସି ପ୍ରକାରର ‘ଜି୨୦’ ବୈଠକକୁ ତୀବ୍ର ବିରୋଧ କରୁଥିବାରୁ ଚୀନ୍‌ ଏହି ବୈଠକରେ ଯୋଗ ଦେବନାହିଁ। ତେବେ ଚୀନ୍‌, ତୁର୍କୀ ଏବଂ ସାଉଦି ଆରବ ଜି-୨୦ ବୈଠକରେ ଯୋଗ ଦେଇନାହାନ୍ତି।

ସୂଚନାନୁଯାୟୀ ,ଶ୍ରୀନଗରରେ ହେବାକୁ ଥିବା ‘ଜି୨୦’ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏହା ହେଉଛି ଚୀନ୍‌ ଦେଇଥିବା ପ୍ରଥମ କଠୋର ମନ୍ତବ୍ୟ। ମେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ‘ଜି୨୦ ଟୁରିଜିମ୍‌ ୱାର୍କିଙ୍ଗ୍‌ ଗ୍ରୁପ୍‌’ର ୩ୟ ବୈଠକ ଆୟୋଜନ କରାଯାଇଛି।

Related posts

ଇଡି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମ  

mahabharatanews

ହସ୍ପିଟାଲରେ ସୋନିଆ ଗାନ୍ଧୀ 

mahabharatanews

ଦିଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରୋକ 

mahabharatanews