ଭାରତ

ବାଂଲାଦେଶ ଉପକୂଳ ଅତିକ୍ରମ କରିବ ଘୂର୍ଣ୍ଣିଝଡ଼

(ଦିଲ୍ଲୀ) : ଗଭୀର ଅବପାତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ର ହୋଇ ଘୂର୍ଣ୍ଣିଝଡ଼ ପାଲଟିବା ସହିତ ନଭେମ୍ବର ୧୮ ତାରିଖ ପ୍ରତ୍ୟୁଷ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିଶୀଳ ହେବା ସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଉଗ୍ର ହୋଇ ଏହି ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ତା’ପରେ ନଭେମ୍ବର ୧୮ ତାରିଖ ପ୍ରତ୍ୟୁଷ ସୁଦ୍ଧା ଏହି ଘୂର୍ଣ୍ଣିଝଡ଼ ମଙ୍ଗଳା ଓ ଖେପୁପଡ଼ା ମଧ୍ୟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିପାରେ।

ସୂଚନାନୁଯାୟୀ ,  ଏହି ଅବପାତ ସମ୍ପ୍ରତି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ପୂର୍ବ-ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର୍‌, ଓଡ଼ିଶାର ପାରଦୀପର ଦକ୍ଷିଣ-ଦକ୍ଷିଣପୂର୍ବକୁ ୩୨୦ କିଲୋମିଟର୍‌, ପଶ୍ଚିମବଙ୍ଗର ଦିଘାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୬୦ କିଲୋମିଟର୍‌ ଓ ବାଂଲାଦେଶର ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୬୧୦ କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ ରହିଛି।

Related posts

୨୪ଘଣ୍ଟାରେ ଦେଶରୁ ୮୬୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

mahabharatanews