ଶ୍ରୀନଗର: ଶୁକ୍ରବାର କାଶ୍ମୀର ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ନିଶା କାରବାରକୁ ନେଇ ଏକ ପୋଷ୍ଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଚଣ୍ଡି ଭବନ ପଡିଆରେ ମୁକ୍ତାକାଶ ପୋଷ୍ଟର ସଚେତନତାର ନାମ ଥିଲା ଡ୍ରଗ୍ସକୁ ନାଁ (ସେ ନୋ ଟୁ ଡ୍ରଗ୍ସ) । ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା ବିଶ୍ୱ ବିଦ୍ୟାଳୟ ଛାତ୍ର ବିକାଶ ବିଭାଗ ।
