ନୂଅ।ଦିଲ୍ଲୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଳମ୍ବରେ ରଥ ନିର୍ମାଣ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । କିନ୍ତୁ ଚଳିତ ବର୍ଷ ରଥଯାତ୍ରା ହେବାକୁ ନେଇ ଏପର୍ଯ୍ୟନ୍ତ ଅନିଶ୍ଚିତତା ଲାଗି ରହିଛି । ରଥ ଯାତ୍ରା ହେବା ନ ହେବାର ନିର୍ଣ୍ଣୟ ଏପର୍ଯ୍ୟନ୍ତ ନିଆଯାଇ ନ ଥିବା ବେଳେ କିନ୍ତୁ ସୁପ୍ରିମ କୋର୍ଟରେ ଏହି ମାମଲା ରହିଛି । ଏହାର ଶୁଣାଣି ପାଇଁ କୋର୍ଟ ଜୁନ ୧୮ ତାରିଖ ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଏସ ବୋବଡ଼େ, ଜଷ୍ଟିସ ଏ ଏସ ବୋପାନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଦାଖଲ ମାମଲାଗୁଡ଼ିକର ଏକତ୍ର ଶୁଣାଣି କରିବେ। ସୁପ୍ରିମକୋର୍ଟ ଶୁଣାଣିରେ ଓଡ଼ିଶା ବିକାଶ ପରିଷଦ ତରଫରୁ ଦାଖଲ ମୂଳ ରିଟ, ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର ପକ୍ଷଭୁକ୍ତ ଆବେଦନ ଓ ଜୟନ୍ତ କୁମାର ବଳଙ୍କ କାଭିଏଟ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି।
previous post
