Uncategorized

୧୮ରେ ରଥଯାତ୍ରାକୁ ନେଇ ହେବ ଶୁଣାଣି

ନୂଅ।ଦିଲ୍ଲୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଳମ୍ବରେ ରଥ ନିର୍ମାଣ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । କିନ୍ତୁ ଚଳିତ ବର୍ଷ ରଥଯାତ୍ରା ହେବାକୁ ନେଇ ଏପର୍ଯ୍ୟନ୍ତ ଅନିଶ୍ଚିତତା ଲାଗି ରହିଛି । ରଥ ଯାତ୍ରା ହେବା ନ ହେବାର ନିର୍ଣ୍ଣୟ ଏପର୍ଯ୍ୟନ୍ତ ନିଆଯାଇ ନ ଥିବା ବେଳେ କିନ୍ତୁ ସୁପ୍ରିମ କୋର୍ଟରେ ଏହି ମାମଲା ରହିଛି । ଏହାର ଶୁଣାଣି ପାଇଁ କୋର୍ଟ ଜୁନ ୧୮ ତାରିଖ ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଏସ ବୋବଡ଼େ, ଜଷ୍ଟିସ ଏ ଏସ ବୋପାନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଦାଖଲ ମାମଲାଗୁଡ଼ିକର ଏକତ୍ର ଶୁଣାଣି କରିବେ। ସୁପ୍ରିମକୋର୍ଟ ଶୁଣାଣିରେ ଓଡ଼ିଶା ବିକାଶ ପରିଷଦ ତରଫରୁ ଦାଖଲ ମୂଳ ରିଟ, ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର ପକ୍ଷଭୁକ୍ତ ଆବେଦନ ଓ ଜୟନ୍ତ କୁମାର ବଳଙ୍କ କାଭିଏଟ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି।

Related posts

ଦେଶରେ କୋରୋନା ପରୀକ୍ଷା ପାଇଁ ୧୫ ଲାବ ସ୍ଥାପିତ

mahabharatanews

ସିଏପିଏଫ କ୍ୟାଣ୍ଟିନରେ ବିକ୍ରିହେବ ସ୍ୱଦେଶୀ ସମାଗ୍ରୀ

mahabharatanews

ଆତଙ୍କବାଦକୁ ନେଇ ଏଫଏଟିଏଫର ପାକ୍କୁ ୧୫୦ଟି ପ୍ରଶ୍ନ

mahabharatanews