ଭୁବନେଶ୍ୱର: ଏଗାର ମାସ ପରେ ହାଇସ୍କୁଲ ଖୋଲିଛି ।ସ୍କୁଲରେ କୋଭିଡ-୧୯ ମାର୍ଗଦର୍ଶିକା ପାଳନ ହେଉଛି କି ନାହିଁ ତାର ଅନୁଧ୍ୟାନ କରିବାକୁ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିମାପଡାର ଭାଣପୁର ହାଇସ୍କୁଲ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ସ୍କୁଲରେ ପହଞ୍ଚି ଶ୍ରେଣୀ ଗୃହର ପରିସ୍କାର ପରିଚ୍ଛନ୍ନତା, ଛାତ୍ରଛାତ୍ରୀଙ୍କ ମାସ୍କ ପରିଧ।।ନ, ସାନିଟାଇଜେସନ, ହାତଧୁଆ ପରି କାର୍ଯ୍ୟର ତଦାରଖ କରିଛନ୍ତି ।
କୋଭିଡ ସଂକ୍ରମଣ ପରେ ଦୀର୍ଘ ୧୧ ମାସ ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଫେବୃଆରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି । ତେବେ ସ୍କୁଲ ଖୋଲିବା ପାଇଁ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା, ସାନିଟାଇଜ ବା ହାତଧୁଆ ସାବୁନ ବ୍ୟବହାର, ଶ୍ରେଣୀ ଗୃହ ସାନିଟାଇଜେସନ, ବିଦ୍ୟାଳୟର ପରିସ୍କାର ପରିଚ୍ଛନ୍ନତା, ସାମାଜିକ ଦୂରତା ଆଦି ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
previous post
next post