ଓଡିଶା

ଷ୍ଟେସନରେ ଖୋଲିବ ସ୍କ୍ରିନିଂ ଡେସ୍କ

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ ସମାନ ସ୍ଥିତି ରହିଛି । ତେଣୁ ବିଦେଶାଗତଙ୍କୁ ନେଇ ବଢୁଛି ଚିନ୍ତା । ତେଣୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ସ୍କ୍ରିନିଂକୁ ଜୋରଦାର କରିଛି । ପୂର୍ବରୁ ଏୟାରପୋର୍ଟରେ ସ୍କ୍ରିନିଂ ଡେସ୍କ ଖୋଲାଯାଇଥିଲା। ଏବେ ଷ୍ଟେସନରେ ସ୍କ୍ରିନିଂ ଡେସ୍କ ଖୋଲା ହେବ। ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ। କୌଣସି ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ତୁରନ୍ତ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ । ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ରେ କରାଯିବ ସ୍କ୍ରିନିଂ। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।
ସେପଟେ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ କରାଯାଉଛି ସ୍କ୍ରିନିଂ। ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଚଣ୍ଡୀଗଡ଼ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭରୂଡ ଭେଙ୍କଟେଶ୍ୱର ରାଓ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତିଦିନ ରାଜ୍ୟ ବାହାରୁ ପ୍ରାୟ ଚାରି ହଜାର ଯାତ୍ରୀ ଓଡିଶା ଆସୁଛନ୍ତି। ପ୍ରାୟ ୩୨ ଟି ବିମାନ ଆତଯାତ କରୁଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ଭରୂଡ ଭେଙ୍କଟେଶ୍ୱର ରାଓ କହିଛନ୍ତି।

Related posts

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

mahabharatanews

 ଅସମ୍ଭାଳ ତାତି 

mahabharatanews

ହସ୍ପିଟାଲରୁ ଫେରିଲେ ବରିଷ୍ଠ ବିଜେଡି ପ୍ରସନ୍ନ ଆଚାର୍ଯ୍ୟ 

mahabharatanews