ଓଡିଶା

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ  ସଂଖ୍ୟା ୩୨୭କୁ ବୃଦ୍ଧି

(ଭୁବନେଶ୍ୱର) : ରାଜ୍ୟରେ ଡେଙ୍ଗୁ ପରେ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆତଙ୍କ । ଏହା ସହ ସୁନ୍ଦରଗଡ଼ରେ ଏହି ସ୍କ୍ରବ୍ ଟାଇଫସ୍ ଆତଙ୍କ ରଚିଛି । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଆଉ ୨୦ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୭କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଗତକାଲି ୪ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୂଚନାନୁଯାୟୀ , ଏହି ରୋଗ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂକ୍ରମଣ ଅଧିକ ପରିମାଣରେ ଘଟୁଛି । କିଛି ଦିନ ପୂର୍ବରୁ ସ୍କ୍ରବ୍ ଟାଇଫସ୍ ର ସ୍ଥିତି ପରଖିବା ପାଇଁ ଏକ ୪ଜଣିଆ କେନ୍ଦ୍ରୀୟ ଟିମ୍ ଜିଲ୍ଲାରେ ପହଞ୍ଚିଥିଲେ ।

Related posts

ଲୋନ୍ ଆଳରେ ୧ଲକ୍ଷ ଚଳୁ କଲା ସାଇବର ଠକ

mahabharatanews

କାଶୀପୁରରେ ଭିଭିଓ କଲେରା ଭୂତାଣୁ ଚିହ୍ନଟ

mahabharatanews

ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା:  ଟ୍ରେନ ଧକ୍କାରେ ଦୁଇ ମୃତ

mahabharatanews