ଓଡିଶା

ପୁରୀରେ ସ୍କ୍ରବଟାଫସ୍ ଆତଙ୍କ ; ୧୨୦ ପଜିଟିଭ୍ ଚିହ୍ନଟ

(ପୁରୀ) : ରାଜ୍ୟରେ ସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଫସ୍ ଆତଙ୍କ ଦେଖିବାକୁ ମିଳିଛି । ଗତ ଦୁଇ ମାସ ମଧ୍ୟରେ ପୁରୀରେ ୬୧୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସେପ୍ଚେମ୍ବର ମାସରେ ୩୫୮ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏନେଇ ପୁରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ, ସ୍କ୍ରବଟାଇଫସକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯିବା ସହ ଲୋକଙ୍କୁ ସତର୍କ କରାଯାଉଛି ବୋଲି ପୁରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିରଜା ଶଙ୍କର ରଥ କହିଛନ୍ତି । ଅପରପକ୍ଷରେ ମେଡିକାଲ ଓ ଜିଲ୍ଲା ପ୍ରଶାସନ ଲଗାତର ଭାବେ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ କରି ଚାଲିଛି । ଡାକାବିଜ ଓ ପାଲା ମାଧ୍ୟମରେ ସଚେତନ କରାଯାଉଛି  ।

Related posts

ନଦୀରେ ଭାସିଗଲେ ବୃଦ୍ଧା! ୨ଦିନ ପରେବି ମିଳୁନି ପତ୍ତା

mahabharatanews

ବଡଚଣା ମହୋତ୍ସବ ଉଦ୍ଘାଟିତ

mahabharatanews

ବାଲୁକା କଳାରେ ଦିଲ୍ଲୀ ଦଖଲ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା

mahabharatanews