ଓଡିଶା

ସୌରିନଙ୍କ ନାଁରେ NBW ଜାରି

(ଭୁବନେଶ୍ୱର)  : ଥମିବାର ନାଁ ନେଉନି କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା । ସୌରିନଙ୍କ ନାଁରେ NBW ଜାରି କଲେ SDJM କୋର୍ଟ । ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ! ଯେ କୌଣସି ସମୟରେ ସେ ଗିରଫ ହୋଇପାରନ୍ତି । ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ NBW ଜାରି କରିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ ।

ସୂଚନାନୁଯାୟୀ , ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ସୌରୀନ ଭଟ୍ଟ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ । ହେଲେ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇଥିଲେ ସୌରିନ। ଏହା ସହ ସେ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୁଲିସ ଦାଖଲ କରିଥିବା କେଶ ଡ଼ାଇରୀରୁ ସ୍ପଷ୍ଟ ହୋଇଛି ।

Related posts

୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା,୪ଟାରେ ହେବ ରଥଟଣା

mahabharatanews

ନିଟ ପରୀକ୍ଷା ପାଇଁ  ବ୍ୟବସ୍ଥା କରାଯାଇଛି

mahabharatanews

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews