ମନୋରଞ୍ଜନ

ହସ୍ପିଟାଲରେ ଭର୍ତି ହେଲେ ଅମିତାଭଙ୍କ ଶାଶୁ

(ମୁମ୍ବାଇ) : ହସ୍ପିଟାଲରେ ଭର୍ତି ହେଲେ ଅଭିନେତ୍ରୀ ଜୟା ବଚ୍ଚନ ମାଆ ଓ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଶାଶୂ ଇନ୍ଦିରା ଭାଦୁଡ଼ୀ ।ତାଙ୍କୁ ବୁଧବାର ଦିନ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଇନ୍ଦିରାଙ୍କ ହୃଦ୍‌ସ୍ପନ୍ଦ ଧାରା ଅନିୟମିତ ହେଉଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ‘ପେସ୍‌ମେକର୍‌ ସର୍ଜରି’ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

 ସୂଚନାନୁଯାୟୀ ,‘ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି ଯେ, ହୃଦ୍‌କ୍ରିୟାଜନିତ ସମସ୍ୟା କାରଣରୁ ୯୩ ବର୍ଷୀୟ ଇନ୍ଦିରାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଭାରତୀୟ ଚଳଚ୍ଚିତ୍ରର ପ୍ରତିଭାଶାଳିନୀ ଅଭିନେତ୍ରୀ ଜୟା ଭାଦୁଡ଼ୀ (ବଚ୍ଚନ) ବଙ୍ଗୀୟ ପରିବାରରେ ଜନ୍ମିତା। ତାଙ୍କର ବାପା ତରୁଣ କୁମାର ଭାଦୁଡ଼ୀ ଜଣେ ପ୍ରଖ୍ୟାତ ସାମ୍ବାଦିକ ଓ କବି। କିନ୍ତୁ, ତାଙ୍କର ମାମୁଘର ଭୋପାଳର ଜବଲପୁରରେ।

Related posts

‘ଛୋଟା ରାଜନ୍‌ଙ୍କୁ ଜରୁରୀ ରିଲିଫ୍‌ ମନା’ : ବମ୍ବେ ହାଇକୋର୍ଟ

mahabharatanews

କ୍ୟାଟ୍ରିନାଙ୍କୁ ଛାଡି ଅନ୍ୟ ଝିଅ ସହ ରୋମାନ୍ସ କରୁଛନ୍ତି ବିକ୍କି କୌଶଲ ! ବୋଲ୍ଡ ଫଟୋ ଭାଇରଲ

mahabharatanews

‘ପର୍ବ’ ଉପନ୍ୟାସ ଉପରେ ଆଧାରିତ ବିବେକଙ୍କ ଆଗାମୀ ସିନେମା 

mahabharatanews