ଓଡିଶା

ସୌରିନଙ୍କ ନାଁରେ NBW ଜାରି

(ଭୁବନେଶ୍ୱର)  : ଥମିବାର ନାଁ ନେଉନି କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା । ସୌରିନଙ୍କ ନାଁରେ NBW ଜାରି କଲେ SDJM କୋର୍ଟ । ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ! ଯେ କୌଣସି ସମୟରେ ସେ ଗିରଫ ହୋଇପାରନ୍ତି । ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ NBW ଜାରି କରିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ ।

ସୂଚନାନୁଯାୟୀ , ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ସୌରୀନ ଭଟ୍ଟ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ । ହେଲେ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇଥିଲେ ସୌରିନ। ଏହା ସହ ସେ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୁଲିସ ଦାଖଲ କରିଥିବା କେଶ ଡ଼ାଇରୀରୁ ସ୍ପଷ୍ଟ ହୋଇଛି ।

Related posts

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ନିୟମିତ ସ୍କୁଲ ଆସିବେ ଶିକ୍ଷକ ଶିକ୍ଷତ୍ରୀ

mahabharatanews

ରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

mahabharatanews

ଶିମିଳିପାଳରେ କଳା ପ୍ରଜାତିର ମହାବଳ ବାଘ !

mahabharatanews