ଭାରତ

ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରିଲା ପ୍ରଚାର

(ମଧ୍ୟପ୍ରଦେଶ) : ନଭେମ୍ବର ୧୭ରେ ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡରେ ୭୦ଟି ଆସନ ପାଇଁ ମତଦାନ ହେବ । ଗତକାଲି ସନ୍ଧ୍ୟା ୬ଟା ପରେ ଉଭୟ ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ଉଭୟ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଏବଂ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଥିବାର ଦେଖିବାକୁ ମିଳୁଛି, ଏଭଳି ପରିସ୍ଥିତିରେ ଏହି ୨ଦଳ ପ୍ରଚାର ଉପରେ ସର୍ବାଧିକ ଧ୍ୟାନ ଦେଉଛି ।

ସୂଚନାନୁଯାୟୀ , ଉଭୟ ଦଳର ହେବିୱେଟ୍ ନେତା ନିର୍ବାଚନ ପ୍ରଚାର ପାଇଁ ମୈଇଦାନକୁ ଓଲ୍ଲାଇଛନ୍ତି । ଆଜି ଏହି ନେତାମାନେ ସାଧାରଣ ସଭା, ସମାବେଶ ଏବଂ ରୋଡ୍ ସୋରେ ଅଂଶଗ୍ରହଣ କରି ଭୋଟରଙ୍କୁ ସେମାନଙ୍କ ସପକ୍ଷରେ ଆଣିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ ଅବସରରେ ଝାଡଖଣ୍ଡରେ ଦୁଇଟି ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଡମେର ଜିଲ୍ଲାର ବାୟତୁରେ ଏକ ସାଧାରଣ ସଭାତୁ ସମ୍ବୋଧିତ କରିଥିବାର ସୂଚନା ରହିଛି । ଛତିଶଗଡର ପ୍ରଥମ ପର୍ଯ୍ୟାୟରେ ୭ନଭେମ୍ବରରେ ୨୦ଟି ସିଟ୍ ପାଇଁ ଭୋଟିଂ ହୋଇଥିଲା । ନଭେମ୍ବର ୧୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ।

Related posts

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମାନସ ଓ ସୁଲତା

mahabharatanews

ଗୋବିନ୍ଦାଙ୍କ ଟିକେଟକୁ ନେଇ ବଢୁଛି ସସପେନ୍ସ

mahabharatanews

ବିଜେପିର ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ

mahabharatanews