ଭାରତ

ହୁ ହୁ ହୋଇ ଜଳିଗଲା ସୁପରଫାଷ୍ଟ ଏକ୍ସପ୍ରେସର ୩ବଗି

(ଉତ୍ତରପ୍ରଦେଶ): ହୁ ହୁ ହୋଇ ଜଳିଗଲା ଟ୍ରେନର ୩ଟି ବଗି । ଉତ୍ତରପ୍ରଦେଶର ଇଟାୱାଠାରେ ଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଭୀଷଣ ଅଗ୍ନିକାଣ୍ଡ ଘଟି ୩ଟି ବଗି ଜଳିଯାଇଛି। ଏହି ଟ୍ରେନ ଇଟାୱାର ସରାୟ ଭୂପତ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ନିଆଁ ଲାଗିଥିଲା। ଛଟ୍‌ ପର୍ବ ପାଇଁ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ପ୍ରବଳ ଭିଡି ହୋଇଥିବା ବେଳେ ଏଭଳି ଘଟଣା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ।

ସୂଚନାନୁଯାୟୀ , ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଜଣେ ଯାତ୍ରୀ କହିଛନ୍ତି ଯେ ନିଆଁ ଲାଗିବା ମାତ୍ରେ କୋଚ୍‌ ଭିତରେ ଦଳାଚକଟା ସ୍ଥିତି ଉପୁଜିଥିଲା ଏବଂ ଏଥିରେ ଅନେକ ଆହତ ହୋଇଥିଲେ। ନିଆଁ ଲାଗିବା ପରେ ଟ୍ରେନର ଏସ୍‌-୧, ଏସ୍‌-୨ ଓ ଏସ୍‌-୩ ବଗିକୁ ଅଲଗା କରିଦିଆଯାଇଥିଲା। ପ୍ରଥମେ ଏସ୍‌-୧ରେ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି।

Related posts

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ଭାରତର କଡା ଆଭିମୁଖ୍ୟ : ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶ

mahabharatanews

ବିହାରର ଏକ ମନ୍ଦିରରେ ଦଳାଚକଟା, ୭ ମୃତ, ୯ ଗୁରୁତର

mahabharatanews