ଓଡିଶା

ରେଳ ଲାଇନରେ ଚାଲିଗଲା ସିଗନାଲ ଯନ୍ତ୍ରୀଙ୍କ ଜୀବନ

(ନୂଆପଡ଼ା) : ରେଳ ଲାଇନରେ ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ। ନୂଆପଡ଼ା ରେଳଷ୍ଟେସନରେ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ ଟା ବେଳେ ପହଞ୍ଚିଥିଲେ । କିନ୍ତୁ ଟ୍ରେନଟି ଅନୁପଙ୍କୁ ଶକ୍ତ ଧକ୍କା ଦେବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା ।

ସୂଚନାନୁଯାୟୀ ,  ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ ନୂଆପଡ଼ା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେ । ଲଖନା ଷ୍ଟେସନରେ ପହଞ୍ଚି ନିଜ ଷ୍ଟାଫ ରୁମ୍ କୁ ଯିବାକୁ ରେଳଲାଇନ ପାର ହେଉଥିବା ସମୟରେ ରେଳଲାଇନରେ ଗୋଡ଼ ଫସି ଯାଇଥିବା ଗୋଡ଼କୁ ରେଳଲାଇନ ରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ।  ଅନୁପ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଧୋବୀ ପଡ଼ାର ବୋଲି ଜଣାପଡିଛି । ସେଭଳି ଅନୁପଙ୍କ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଛି । ବାପାଙ୍କ ଚାକରି ସ୍ଥାନରେ ମୃତ ଯୁବକ ଅନୁପ ରଏ ସିଗନାଲ୍ ଡିପାର୍ଟମେଣ୍ଟରେ ନିୟୋଜିତ ଥିଲେ ।

Related posts

ରଥଯାତ୍ରା : ପୁରୀକୁ ଗଡିବ ୨୧୦ ସ୍ଵତନ୍ତ୍ର ଟ୍ରେନ୍

mahabharatanews

ବଡ ଭାଇକୁ ହତ୍ୟା କରି ପୋତିଥିଲା ସାନ ଭାଇ

mahabharatanews

ମଣିଷଖିଆ ବାଘର ଉତ୍ପାତ ,ନାବାଳକ ପରେ ଏବେ ମହିଳାଙ୍କ ପାଳି   

mahabharatanews