Uncategorized

ନରବଣେ ହେବେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

(ମହାଭାରତ/ନୂଆଦିଲ୍ଲୀ): ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ହେବେ । ସ୍ଥଳସେନାର ବର୍ତ୍ତମାନର ମୁଖ୍ୟ ଜେନେରାଲ ବିପିନ ରାୱତ୨୦୧୯ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ । ତେଣୁ ତାଙ୍କ ସ୍ଥାନରେ ନରବଣେଙ୍କୁ ନିଯୁକ୍ତି ମିଳିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।
ନରବଣେ ଏବେ ସେନାର ଇଷ୍ଟର୍ଣ୍ଣ କମାଣ୍ଡର ନେତୃତ୍ୱ ନେଉଛନ୍ତି । ଇଷ୍ଟର୍ଣ୍ଣ କମାଣ୍ଡ ଭାରତ-ଚୀନର ୪୦୦୦ କିମି ସୀମାର ସୁରକ୍ଷା ଦାୟିତ୍ୱ ନେଇଥାଏ । ଦୀର୍ଘ ୩୭ବର୍ଷର ବୃତ୍ତିଗତ ଜୀବନରେ ନରବଣେ ଉତ୍ତର-ପୂର୍ବାଞ୍ଚଳ ଓ କାଶ୍ମୀରରେ ବିଶୃଙ୍ଖଳା ଦମନରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି । ଏତ୍ଦବ୍ୟତୀତ ରାଷ୍ଟ୍ରୀୟ ରାଇଫଲ୍ସର ମୁଖ୍ୟ ଏବଂ ବିଦେଶରେ ସେ ଭାରତୀୟ ଶାନ୍ତି ସେନାର ନେତୃତ୍ୱ ନେଇଛନ୍ତି । ୧୯୮୦ ଜୁନରେ ସେ ଶିଖ ଲାଇଟ ଇନଫାଣ୍ଟ୍ରି ରେଜିମେଣ୍ଟର ୭ମ ବାଟାଲିୟନରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ସେନାରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା ।

Related posts

ଗିରିଶ ମୁର୍ମୁ ଆଇପିୟୁର ବାହ୍ୟ ଅଡିଟର ମନୋନୀତ 

mahabharatanews

ଚୀନର ଯୋଜନାବଦ୍ଧ ହିଂସାକାଣ୍ଡ: ଜୟଶଙ୍କର

mahabharatanews

ଦେଶରେ କୋରୋନା ପରୀକ୍ଷା ପାଇଁ ୧୫ ଲାବ ସ୍ଥାପିତ

mahabharatanews

Leave a Comment