ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା କଲ୍ୟାଣମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳରେ ଥିବା ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। । ପ୍ରଥମରେ ଅଞ୍ଚଳର ବିରଗତି ପ୍ରାପ୍ତ ହୋଇଥିବା ସଦସ୍ୟଙ୍କ ସଦଗତି କାମନା ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା ଆୟୋଜନ କରାଯାଇଥିଲା । ୨୦୧୯ରେ ଗଠିତ ହୋଇଥିବା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସରକାରଙ୍କଠାରେ ପଞ୍ଜୀକୃତ କରିବା ପାଇଁ ବିସ୍ତୃତ ଆକାରରେ ଆଲୋଚନାକୁ ନିଆଯାଇଥିଲା ଏବଂ ଏହାର ତୁରନ୍ତ ପଞ୍ଜୀକୃତ କରିବା ପାଇଁ ମଧ୍ୟ ନିଷ୍ପତି ନିଆଗଲା ।
ତତପରେ ସଂଗଠନର ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ନୂତନ କମିଟି ଗଠନ କରାଗଲା । ସନାତନ ସାହୁ ସଭାପତି, ବସନ୍ତ କୁମାର ନାୟକ୍ ଉପସଭାପତି, ସୁକାନ୍ତ କୁମାର ରଣା ସାଧାରଣ ସମ୍ପାଦକ, ଅର୍ଜୁନ କୁମାର ସାହୁ ସହ ସମ୍ପାଦକ, କୃପାସିନ୍ଧୁ ନାୟକଙ୍କୁ କୋଷାଧ୍ୟକ୍ଷ ପଦବୀରେ ଚୟନ କରାଗଲା । ଚନ୍ଦ୍ରମଣି ପ୍ରଧାନ, ସଚ୍ଚିଦାନନ୍ଦ ସାହୁ, ଶ୍ରୀଧର ବେହେରା, ରମେଶ ଚନ୍ଦ୍ର ମିଶ୍ର, ବୃନ୍ଦାବନ ପ୍ରଧାନ, ବସନ୍ତ କୁମାର ଗଡ଼ନାୟକଙ୍କୁ ଏକଜିକୁ୍ୟଟିଭ କମିଟିର ସଦସ୍ୟରୂପେ ମନୋନୀତ କରାଗଲା । ବ୍ୟୟୋଜେଷ୍ଠ ସଦସ୍ୟଙ୍କ ମଧ୍ୟରୁ ଭଗବାନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ସାହୁ, ବିଜୟ ତ୍ରୀପାଠୀ, ନରେନ୍ଦ୍ର କୁମାର ବେହେରାଙ୍କୁ ଅତିଥି ରୁପେ ସମ୍ମାନିତ କରି ମଞ୍ଚାସିନ କରାଗଲା । ଉକ୍ତ ବୈଠକକୁ ଜଗନେଶ୍ୱର୍ ପ୍ରଧାନ, ଶ୍ରୀଧର ବେହେରା, ଅର୍ଜୁନ ସାହୁ ସଞ୍ଜୟ ପ୍ରଧାନ ପ୍ରଭୃତି ସହଯୋଗ କରିଥିଲେ ଏବଂ ରମେଶ ଚନ୍ଦ୍ର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।
