ଦୁର୍ଘଟଣାଦେଶ ବିଦେଶଭାରତ

ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶଙ୍କର ଆଜି ସମ୍ପନ୍ନ ହେବ ଶେଷକୃତ୍ୟ

ଦୁବାଇ ଏୟାର ଶୋ’ରେ ଏକ ପ୍ରଦର୍ଶନୀ ସମୟରେ ଦେଶର ଗର୍ବ, ତେଜସ ହାଲୁକା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ସାହସୀ ବାୟୁସେନା ପାଇଲଟ, ୱିଙ୍ଗ କମାଣ୍ଡର ନମଂଶ ସାୟଲ ଦୁର୍ଘଟଣାରେ ଶହୀଦ ହୋଇଥିଲେ। ସ୍ୱତନ୍ତ୍ର ବାୟୁସେନା ବିମାନରେ ୱିଙ୍ଗ୍ କମାଣ୍ଡର ନମଂଶ ସାୟଲଙ୍କ ପାର୍ଥିବ ଶରୀରକୁ ଦୁବାଇରୁ ସୁଲୁର ଏୟାର ଫୋର୍ସ ଷ୍ଟେସନକୁ ଅଣାଯାଇଥିଲା । ସାମରିକ ସମ୍ମାନ ସହ ବାୟୁସେନାର ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲାର ଗାଗ୍ଗଲ ବିମାନବନ୍ଦରରେ ପହଞ୍ଚିଛି । ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କ ପୈତୃକ ଗ୍ରାମ ପଟିୟାଲକର ଗ୍ରାମକୁ ଏକ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇଛି । ଅପରାହ୍ନରେ ଗ୍ରାମର ଶ୍ମଶାନ ଘାଟରେ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସ୍ଥାନୀୟ ବିଧାୟକ, ପୂର୍ବତନ ସେନା ଅଧିକାରୀ ଓ ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି ।

ତାଙ୍କ ମୃତଦେହ ଭାରତ ଆଣିବା ପୂର୍ବରୁ, ଦୁବାଇରେ ଥିବା UAE ସାମରିକ ବାହିନୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା। ଭାରତୀୟ ବାୟୁସେନା ଏହାର ସୋସିଆଲ ମିଡିଆ ଆକାଉଣ୍ଟ X ମାଧ୍ୟମରେ ଏହି ସୂଚନା ଶେୟାର କରିଛି। ଶ୍ରଦ୍ଧାଞ୍ଜଳିର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ଶୁକ୍ରବାର ଦୁବାଇରେ ଚାଲିଥିବା ଏୟାର ଶୋ’ରେ ଅତିକମ୍ ଉଚ୍ଚତାରେ ତେଜସ୍ ଜେଟରେ ଉଡ଼ାଣ କୌଶଳ ଦେଖାଉଥିଲେ ୱିଙ୍ଗ୍ କମାଣ୍ଡର୍ ନମଂଶ  । କିନ୍ତୁ କୌଣସି କାରଣବସତଃ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରାସ ଲ୍ୟାଣ୍ଡ୍ କରି ନିଆଁପିଣ୍ଡୁଳା ପାଲଟିଥିଲା ଜେଟ୍ । ଫଳରେ ଦୁର୍ଘଟଣାରେ ସହିଦ ହୋଇଥିଲେ ୱିଙ୍ଗ୍ କମାଣ୍ଡର ନମଂଶ । ଗଭୀର ଦୁଃଖର ଏହି ମୁହୂର୍ତ୍ତରେ IAF ତାଙ୍କ ପରିବାର ସହିତ ଠିଆ ହୋଇଛି। ଭାରତର ସ୍ବଦେଶୀ ଭାବରେ ବିକଶିତ ତେଜସ ଲଢୁଆ ବିମାନ ପ୍ରଦର୍ଶନୀ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁବାଇ ପୂର୍ବରୁ, ୱିଙ୍ଗ କମାଣ୍ଡର ନମଂଶ ଗୁଆହାଟିରେ ଏୟାର ଶୋ’ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

Related posts

ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍, ବଜେଟ୍ରୁ ବଡ଼ ଆଶା ରଖିଛନ୍ତି ଜନତା

mahabharatanews

ଓଡିଶା ଆସିବେ ମୋଦୀ, ଶାହା ଏବଂ ଯୋଗୀ  

mahabharatanews

କେଜ୍ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

mahabharatanews