ଓଡିଶା

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

(ମାଲକାନଗିରି/ମହାଭାରତ): ମାଲକାନଗିରି ଜିଲ୍ଲାରେ ଆଜିଠୁ ସେରୋ ସର୍ଭେ ଆରମ୍ଭ ହୋଇଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ଏକ ଟିମ ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ କରିଛନ୍ତି । ଆସନ୍ତା ୩ ଦିନ ଯାଏ ଏହା ଚାଲିବ । ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ଡେଭଲପ ହୋଇଛି ତାହା ଚେକ କରାଯିବ । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ଏହି ସର୍ଭେ ମାଲକାନଗିରିର ସଦର ମହକୁମାରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫୦୦ ଲୋକଙ୍କ ଠାରେ ଏହି ଟେଷ୍ଟ କରାଯିବ । ଏଥିପାଇଁ ୫ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଦିନ ୫୦୦ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related posts

ରାଜଧାନୀରେ ୨୫୬୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ 

mahabharatanews

ମହାଶିବରାତ୍ରି: ଆଜି ୧୦ ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

mahabharatanews

ଆଜିଠାରୁ ରଥ ଭଙ୍ଗା କାମ ଆରମ୍ଭ

mahabharatanews