ଓଡିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ଜଣଙ୍କ ମୃତ୍ୟୁ

ବାଲେଶ୍ୱର: ଏନଏଚ-୧୬, ବିର୍ଲା ଟାୟାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଡିରେ ମୋଟ ୫ ଜଣ ମୟୂରଭଞ୍ଜରୁ ଭୁବନେଶ୍ୱର ଯାତ୍ରା କରୁଥିଲେ ଓ ସମସ୍ତେ ବାରିପଦା ଅଞ୍ଚଳର ଥିବା ଜଣାପଡିଛି । ମୃତକମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଚିଲିମା ଗାଁର ପିଣ୍ଚୁ ଆଚାର୍ୟ୍ୟ , ବାରିପଦା ଟାଉନ ଥାନା ତାକତପୁରର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା ।
ଗତକାଲି ରାତିରେ ମୟୂରଭଞ୍ଜ ବାରିପଦାରୁ ୫ ଜଣ ଯୁବକ ଏକ ସ୍ୱିପ୍ଟ କାରରେ ବାରିପଦାରୁ ଭୁବନେଶ୍ୱର ଜଣେ କରୋନା ରୋଗୀଙ୍କୁ ଦେଖା କରିବାକୁ ଆସୁଥିଲେ । ତେବେ ବିର୍ଲା ଟାୟାର ନିକଟରେ ପ୍ଲାଏ ଓଭରରୁ କାରଟି ତଳକୁ ଖସି ପଡିଥିଲା । ଏଥିରେ କାରଟି ଭାଙ୍ଗିରୁଜି ଯାଇଥିବା ବେଳେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ମୃତକଙ୍କ ମୃତଦେହ ଉଦ୍ଧାର କରିବା ସହ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି ।

Related posts

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

mahabharatanews

ବର୍ଷା, ଅନୁଭବ ପାରିବାରିକ କଳିର ପରବର୍ତ୍ତୀ ଶୁଣାଣି ଡିସେମ୍ବରରେ 

mahabharatanews

ଆଜି ମହାଶିବରାତ୍ରୀ : ଜାଗର ଜାଳିବେ ଶ୍ରଦ୍ଧାଳୁ 

mahabharatanews