ଓଡିଶା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ସିଭିଅର ହିଟ୍‌ୱେଭ୍‌ ସମ୍ଭାବନା 

(ଭୁବନେଶ୍ୱର) :  ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରି ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍‌ୱେଭ୍‌) ଜାରି ରହିବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ, ୨୭ ତାରିଖରେ ବାରିପଦା, ବୌଦ୍ଧ ସହରର ପାରଦ ୪୪ ଡିଗ୍ରି ଡେଇଁଯିବାକୁ ଥିବା ବେଳେ ଭୁବନେଶ୍ବର, ଝାରସୁଗୁଡ଼ା, ମାଲକାନଗିରି, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ଭବାନୀପାଟଣା, ପାରଳାଖେମୁଣ୍ଡିରେ ୪୩ ଡିଗ୍ରି ଉପରେ ରହିବ। ୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲା‌ରେ ହିଟ୍‌ୱେଭ୍‌ ସ୍ଥିତି ସୃଷ୍ଟି ହେବାକୁ ଥିବା ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Related posts

ଆଲବମ କୁଇନ ଦୀପାଙ୍କ ପରଲୋକ

mahabharatanews

ଲକ୍ ଡାଉନ୍ ପ୍ରଭାବ: ଖାଦ୍ୟ ନ ପାଇ ଲୋକେ ଡହଳ ବିକଳ

mahabharatanews

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ଲଢ଼ିବେ ୯ ଜଣ ପ୍ରାର୍ଥୀ

mahabharatanews