ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ୍ ଠାବ । ଲକ୍ଷ୍ମୀସଗାର ଥାନା ଅଧୀନ ସାଇଶ୍ରୀ ଏନକ୍ଲେଭରେ ଚାଲିଥିଲା ସେକ୍ସ ରାକେଟ୍ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ରେଡ କରି ସେକ୍ସ ରାକେଟ ଠାବ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।
ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅଧୀନ ସାଇଶ୍ରୀ ଏନକ୍ଲେଭର ଗୋଟିଏ ଘରେ ସେକ୍ସ ରାକେଟ୍ ଚାଲିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ କରିବା ପରେ ଛାନଭିନ କରିଥିଲେ ଓ ସେକ୍ସ ରାକେଟ ଚାଲିଥିବା ଜାଣିବାକୁ ପାଇଥିଲେ । ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସର ଲକ୍ଷ୍ମୀସାଗର ପୋଲିସ ସାଇଶ୍ରୀ ଏନକ୍ଲେଭରେ ଚଢଉ କରିଥିଲା । ଚଢାଉ ବେଳେ ସେଠାରେ ଦୁଇ ଯୁବକ ଓ ୨ ଯୁବତୀଙ୍କୁ ପାଇଥିଲା । ଏହାପରେ ପୁଲିସ ଉଭୟ ଯୁବକଙ୍କୁ ଗିରଫ କରିବା ସହ ଯୁବତୀ ଦୁଇ ଜଣଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।