ଅପରାଧଓଡିଶା

ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର:- ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ । ମୈତ୍ରୀବିହାର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲରର ଲ୍ୟାବ ଟେକନିସିଆନ ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ପୀଡିତାଙ୍କ କହିବା ମୁତାବକ କିଛିଦିନ ତଳେ ହସ୍ପିଟାଲରେ ଚାଲିଥିବା ଅନିୟମିତତା ସମ୍ପର୍କରେ ମୁହଁ ଖୋଲିବାରୁ ଲ୍ୟାବ ଟେକ୍ନିସିଆନ ଜଣକ ପ୍ରତିକ୍ରିୟାଶୀଳ ହେବା ସହ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ। ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର ମଧ୍ୟ କରିଥିଲେ । ଆଉ ଏ ନେଇ ଥାନାରେ ଅଭିଯୋଗ କଲେ ଉଲଗ୍ନ କରି ଭିଡିଓ ଉତ୍ତୋଳନ କରିବା ସହ ଭାଇରାଲ କରିବାର ଧମକ ଦେଇଥିଲେ । ଏପରିକି ଜୋର ଜବରଦସ୍ତ କିଛି ଭିଡିଓ ମଧ୍ୟ ମୋବାଇଲରେ ସୁଟ କରିଥିଲେ ।

West Bengal: TMC leader's son accused of raping and murder of minor girl

ଏନେଇ HR ଡିପାର୍ଟମେଣ୍ଟରେ ପୀଡିତା ଅଭିଯୋଗ କରିଥିଲେ । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗ ଗ୍ରହଣ କରି ନ ଥିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟ ବିରୋଧରେ ଅଭିଯୋଗ ଆଣୁଥିବାରୁ କିଛିଦିନ ତଳେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛି ମ୍ୟାନେଜମେଣ୍ଟ । ଏଣୁ ଅଭିଯୁକ୍ତକୁ ସୁରକ୍ଷା ଦେବା ସହ ତାଙ୍କ ପ୍ରତି ମାନସିକ ନିର୍ଯାତନା ଦେଇଥିବା ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତା । ତେବେ ଚନ୍ଦ୍ରଶେଖରପୁର ଥାନାରେ ପୀଡିତା ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Class 10 student gang-raped by five classmates in Hyderabad - The Siasat  Daily – Archive

Related posts

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

mahabharatanews

ବିଧାନସଭାରେ ପୁଣି ହଟ୍ଟଗୋଳ; ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

mahabharatanews

କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୨ ନାବାଳକ

mahabharatanews