ମନୋରଞ୍ଜନ

ବୈଷ୍ଣୋ ଦେବୀ ମନ୍ଦିରରେ ଶାହରୁଖ

(ମୁମ୍ବାଇ) : ଶାହରୁଖଙ୍କ ଅପକମିଂ ଫିଲ୍ମ ‘ଯବାନ’ ପାଇଁ ଚର୍ଚାରେ ରହିଛନ୍ତି ‌। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଜମ୍ମୁର କତ୍ରାରେ ଥିବା ବୈଷ୍ଣୋ ଦେବୀ ମନ୍ଦିରକୁ ଯାଇ ପ୍ରାର୍ଥନା କରିଛନ୍ତି। ଫିଲ୍ମଟି ଆଗାମୀ ୭ ତାରିଖରେ ରିଲିଜ୍‌ ହେବ । ସେ ଇନ୍‌ଷ୍ଟା‌ ଷ୍ଟୋରିରେ ବୈଷ୍ଣୋ ଦେବୀ ମନ୍ଦିରର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଫଟୋରେ ଶାହରୁଖ ଏକ ନୀଳ ରଂଗର ହୁଡି ପିନ୍ଧିଥିବାର ନଜର ଆସିଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲୋକମାନେ ପାଣି ପରି ଟିକେଟ୍ କିଣିବାରେ ଲାଗିଛନ୍ତି। ‘ଯବାନ’ର ଅଗ୍ରିମ୍‌ ଟିକେଟ୍‌ ବୁକିଂ ଦେଖି ଅନୁମାନ କରାଯାଇପାରେ ଯେ ‘ପଠାନ୍’ ପରି ଫିଲ୍ମଟି ପୁଣି ଥରେ ଆତଙ୍କ ସୃଷ୍ଟି କରିପାରେ।

Related posts

ବୋହୁ ହେବେ ପରିଣୀତି, ଜୟପୁର ଅଭିମୁଖେ ପରିବାର ବର୍ଗ

mahabharatanews

କ୍ୟାନସରରେ ପୀଡ଼ିତ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ

mahabharatanews

ଚଳିତ ମାସ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ

mahabharatanews